ଫାଷ୍ଟଟ୍ୟାଗ୍ କେଓ୍ବାଇସି ଅପଡେଟ୍ ପାଇଁ ଆଜି ଶେଷ ତାରିଖ, ଅନଲାଇନ୍ ଓ ଅଫଲାଇନରେ କିପରି କରିବେ କେଓ୍ବାଇସି ଅପଡେଟ୍ ଜାଣନ୍ତୁ | News Room Odisha

ଫାଷ୍ଟଟ୍ୟାଗ୍ କେଓ୍ବାଇସି ଅପଡେଟ୍ ପାଇଁ ଆଜି ଶେଷ ତାରିଖ, ଅନଲାଇନ୍ ଓ ଅଫଲାଇନରେ କିପରି କରିବେ କେଓ୍ବାଇସି ଅପଡେଟ୍ ଜାଣନ୍ତୁ

ନୂଆଦିଲ୍ଲୀ: ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ ଏଚ୍ଏଆଇ) ଫାଷ୍ଟଟ୍ୟାଗ୍ କେଓ୍ବାଇସି ବାଧ୍ୟତାମୂଳକ କରିଛି | ଏଥିପାଇଁ ସମୟସୀମା ଫେବୃଆରୀ ୨୯ ଅର୍ଥାତ୍ ଆଜି ଶେଷ ହେଉଛି ।

ଯେଉଁ ଫାଷ୍ଟଟ୍ୟାଗର କେଓ୍ବାଇସି ଅପଡେଟ୍ ହୋଇନାହିଁ ତାହା ଆସନ୍ତାକାଲି ଅଚଳ ହୋଇଯିବ । ଗୋଟିଏ ଗାଡ଼ି ପାଇଁ ଏକାଧିକ ଫାଷ୍ଟଟ୍ୟାଗ୍ ଓ ଏକାଧିକ ଗାଡ଼ି ପାଇଁ ଗୋଟିଏ ଫାଷ୍ଟଟ୍ୟାଗରେ ବ୍ୟବହାର ହେଉଥିବା ଅଭିଯୋଗ ପରେ ଏନ୍ଏଚ୍ଏଆଇ ଏହି ପଦକ୍ଷେପ ନେଇଛି | ଯଦି ଆପଣ ଫାଷ୍ଟଟ୍ୟାଗ୍ କେଓ୍ବାଇସି ପୂରଣ କରି ନାହାଁନ୍ତି ତେବେ ଏହା କିପରି ହେବ ଆସନ୍ତୁ ଜାଣିବା …

ଫାଷ୍ଟଟ୍ୟାଗ୍ କେଓ୍ବାଇସି ପୂରଣ କରିବା ପ୍ରକ୍ରିୟା

ନିଜ ପଞ୍ଜୀକୃତ ମୋବାଇଲ୍ ନମ୍ବର ଏବଂ ଓଟିପି ଜରିଆରେ ବ୍ୟାଙ୍କ ସହିତ ଲିଙ୍କ୍ ହୋଇଥିବା ଫାଷ୍ଟଟ୍ୟାଗ୍ ୱେବସାଇଟକୁ ଯାଇ ଲଗ୍ ଇନ୍ କରନ୍ତୁ। ଏହାପରେ ‘ମାଇ ପ୍ରୋଫାଇଲ୍’ ଯାଇ କେଓ୍ବାଇସି ଉପରେ କ୍ଲିକ୍ କରନ୍ତୁ । ତହିଁରେ ସମସ୍ତ ଆବଶ୍ୟକୀୟ ସୂଚନା ପୂରଣ କରିବା ପରେ ‘ସବମିଟ୍’ କ୍ଲିକ୍ କରନ୍ତୁ |

କେଓ୍ବାଇସି ପାଇଁ ଆପଣଙ୍କୁ ଗାଡ଼ି ଆରସି, ଆଡ୍ରେସ୍ ପ୍ରୁଫ୍, ପାସପୋର୍ଟ ସାଇଜ୍ ଫଟୋ ପରି ଆବଶ୍ୟକ ଡକ୍ୟୁମେଣ୍ଟ ଆଟାଚ୍ କରିବାକୁ ପଡ଼ିବ । ଏହି ଉପାୟରେ ଆପଣଙ୍କ ଫାଷ୍ଟଟ୍ୟାଗ୍ କେଓ୍ବାଇସି ପ୍ରକ୍ରିୟା ପୂରଣ ହେବ ।

ଫାଷ୍ଟଟ୍ୟାଗ୍ କେଓ୍ବାଇସି ଷ୍ଟାଟସ୍ କିପରି ଯାଞ୍ଚ କରିବେ ?

ଆପଣ fastag.ihmcl.com କୁ ଯାଇ ‘ମେନ୍‌ ପେଜ୍’ରେ ଲଗ୍ ଇନ୍ କରନ୍ତୁ । ଆପଣ ନିଜ ମୋବାଇଲ୍ ନମ୍ବର ଏବଂ ଓଟିପି ଜରିଆରେ ଲଗ୍ ଇନ୍ କରିପାରିବେ । ତାପରେ ‘ମାଇ ପ୍ରୋଫାଇଲ୍’କୁ ଯାଆନ୍ତୁ ଏବଂ ‘କେଓ୍ବାଇସି ଷ୍ଟାଟସ୍’ ଉପରେ କ୍ଲିକ୍ କରନ୍ତୁ ।
ଏହା ପରେ ଏକ ନୂଆ ୱିଣ୍ଡୋ ଖୋଲିବ ଯେଉଁଠି ଆପଣଙ୍କର କେଓ୍ବାଇସି ଷ୍ଟାଟସ୍ ଦେଖାଯିବ ।

ଅଫଲାଇନରେ ଫାଷ୍ଟଟ୍ୟାଗ୍ କେଓ୍ବାଇସି କିପରି କରିବେ ?

ଆଜି ଫାଷ୍ଟଟ୍ୟାଗ୍ କେଓ୍ବାଇସି ଅପଡେଟ୍ କରିବାର ଶେଷ ତାରିଖ । ତେଣୁ ସର୍ଭର ଡାଉନ୍ ହୋଇପାରେ । କିନ୍ତୁ ଚିନ୍ତା କରିବାର କୌଣସି କାରଣ ନାହିଁ ‌। ଆପଣ କେଓ୍ବାଇସିକୁ ଅଫଲାଇନରେ ମଧ୍ୟ କରିପାରିବେ | ଅଫଲାଇନ୍ ଫାଷ୍ଟଟ୍ୟାଗ୍ କେଓ୍ବାଇସି ପାଇଁ ଆପଣଙ୍କୁ ଆପଣଙ୍କର ବ୍ୟାଙ୍କ ଶାଖା ଯିବାକୁ ପଡ଼ିବ । ଏଠାରେ ଆପଣଙ୍କୁ କେଓ୍ବାଇସି ଫର୍ମ ପୂରଣ କରି ଆବଶ୍ୟକ ଡକ୍ୟୁମେଣ୍ଟ୍ ସହିତ ଦାଖଲ କରିବାକୁ ପଡ଼ିବ । ଆପଣଙ୍କ ଫର୍ମ ଯାଞ୍ଚ ହେବା ପରେ ଆପଣଙ୍କ ଫାଷ୍ଟଟ୍ୟାଗ୍ ଅପଡେଟ୍ ହୋଇଯିବ ।