ଦକ୍ଷିଣ ଆଫ୍ରିକା: ବାରରେ ଆଖିବୁଜା ଫାୟରିଂ, ୧୫ ମୃତ | News Room Odisha

ଦକ୍ଷିଣ ଆଫ୍ରିକା: ବାରରେ ଆଖିବୁଜା ଫାୟରିଂ, ୧୫ ମୃତ

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ନିକଟ ସବେଟୋ ସହରର ଏକ ବାରରେ ଫାୟାରିଂ ହୋଇଛି । ଏହି ଘଟଣାରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି।

ପୋଲିସ କହିଛି ଯେ ଜୋହାନ୍ସବର୍ଗ ନିକଟ ସବେଟୋ ସ୍ଥିତ ଏକ ବାରରେ ପଶି କିଛି ଆତତାୟୀ ହଠାତ୍ ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ। ପୋଲିସ ସୂଚନା ଅନୁଯାୟୀ ଏହି ଘଟଣା ସବେଟୋର ଓରଲାଣ୍ଡୋ ଇଷ୍ଟରେ ଥିବା ଏକ ବାରରେ ଘଟିଛି ।

ଆକ୍ରମଣକାରୀମାନେ ଧରାପଡି ନାହାଁନ୍ତି। ଆକ୍ରମଣ ପରେ ସେମାନେ ଏକ ମିନିବସରେ ପଳାଇଥିଲେ। ଗୁଳିକାଣ୍ଡର କାରଣ ଜଣା ପଡିନାହିଁ।

ଏହି ବାରଟି ପୂର୍ବତନ ରାଷ୍ଟ୍ରପତି ନେଲସନ ମଣ୍ଡେଲାଙ୍କ ପୁରୁଣା ଘରଠାରୁ ଅନତିଦୂରରେ ଅବସ୍ଥିତ । ମଣ୍ଡେଲାଙ୍କ ସେହି ଘର ଏବେ ଏକ ମ୍ୟୁଜିୟମ୍ ପାଲଟିଛି |

ପୂର୍ବରୁ ମଧ୍ୟ ଦକ୍ଷିଣ ଆଫ୍ରିକାରେ ଏପରି ଫାୟାରିଂ ଘଟଣା ଘଟିଛି, ଯାହାର ଖିଅ ଗ୍ୟାଙ୍ଗଓ୍ବାର୍ ଅଥବା ଡ୍ରଗ୍ସ ସହ ଜଡ଼ିତ।

କିନ୍ତୁ ସଦ୍ୟତମ ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ବହୁତ ଅଧିକ ରହିଛି | ଏହାପୂର୍ବରୁ ଦକ୍ଷିଣ ଆଫ୍ରିକାର ପୂର୍ବ ଲଣ୍ଡନ ସହରର ଏକ ବାରରେ ୨୧ ଜଣ ଯୁବକଙ୍କୁ ଶ୍ୱାସରୁଦ୍ଧ କିମ୍ବା ବିଷ ଦେଇ ହତ୍ୟା କରାଯାଇଥିଲା।