ଅପରେସନ୍ ଗଙ୍ଗା: ୟୁକ୍ରେନରୁ ୨୪୯ ଭାରତୀୟ ନାଗରିକଙ୍କୁ ଧରି ପହଞ୍ଚିଲା ଏୟାର ଇଣ୍ଡିଆର ପଞ୍ଚମ ବିମାନ | News Room Odisha

ଅପରେସନ୍ ଗଙ୍ଗା: ୟୁକ୍ରେନରୁ ୨୪୯ ଭାରତୀୟ ନାଗରିକଙ୍କୁ ଧରି ପହଞ୍ଚିଲା ଏୟାର ଇଣ୍ଡିଆର ପଞ୍ଚମ ବିମାନ

ନୂଆଦିଲ୍ଲୀ:ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପଞ୍ଚମ ଦିନ ପାଇଁ ଜାରି ରହିଛି। ୟୁକ୍ରେନରୁ ଭାରତୀୟ ନାଗରିକଙ୍କୁ ସ୍ଥାନାନ୍ତର କାର୍ଯ୍ୟ ଅପରେସନ୍ ଗଙ୍ଗା ଅଧୀନରେ ଚାଲିଛି। ସୋମବାର ସକାଳେ ରୋମାନିଆର ରାଜଧାନୀ ବୁଖାରେଷ୍ଟରୁ ଆଉ ୨୪୯ ଭାରତୀୟ ନାଗରିକଙ୍କ ସହ ଏୟାର ଇଣ୍ଡିଆର ପଞ୍ଚମ ବିମାନ ଦିଲ୍ଲୀରେ ପହଞ୍ଚିଛି। ଏୟାର ଇଣ୍ଡିଆର ୧୯୪୨-ଏ ବିମାନ ଭାରତୀୟ ସମୟ ୧୨:୩୦ ରେ ବୁଖାରେଷ୍ଟରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା | ସୋମବାର ସକାଳ ପ୍ରାୟ ସାଢେ ୬:୩୦ଟାରେ ଏହି ବିମାନ ଦିଲ୍ଲୀରେ ପହଞ୍ଚିଥିଲା। ତିନି ଦିନ ମଧ୍ୟରେ ଏପର୍ଯ୍ୟନ୍ତ ୧୧୫୬ ଭାରତୀୟ ୟୁକ୍ରେନରୁ ନିରାପଦରେ ଫେରିଛନ୍ତି।

ତେବେ ଭାରତର ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା କହିଛନ୍ତି ଯେ ୟୁକ୍ରେନରୁ ପ୍ରାୟ ୨,୦୦୦ ଲୋକଙ୍କୁ ଭାରତ ନିରାପଦରେ ସ୍ଥାନାନ୍ତର କରିଛି। ସେମାନଙ୍କ ମଧ୍ୟରୁ ୧,୦୦୦ ଜଣଙ୍କୁ ହଙ୍ଗେରୀ ଏବଂ ରୋମାନିଆ ଦେଇ ଚାର୍ଟାର୍ଡ ​​ବିମାନ ଦ୍ୱାରା ଘରକୁ ଅଣାଯାଇଛି |

ଅନ୍ୟପକ୍ଷରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚ ସ୍ତରୀୟ ବୈଠକ କରି ୟୁକ୍ରେନରୁ ଭାରତୀୟ ନାଗରିକଙ୍କ ସ୍ଥାନାନ୍ତରର ଅଗ୍ରଗତି ସମୀକ୍ଷା କରିଛନ୍ତି। ଏହାପୂର୍ବରୁ ଗୁରୁବାର ଦିନ ମୋଦି ଦିଲ୍ଲୀରେ ସୁରକ୍ଷା ଉପରେ ଏକ କ୍ୟାବିନେଟ କମିଟିର ଏକ ବ ବୈଠକରେ ଅଧ୍ୟକ୍ଷତା କରିଥିଲେ ଯେଉଁଥିରେ ସେ କହିଥିଲେ ଯେ ଭାରତୀୟ ନାଗରିକଙ୍କ ସୁରକ୍ଷା ତଥା ସରକାରଙ୍କ ପ୍ରାଥମିକତା ।