ୟୁପିଆଇ ପେମେଣ୍ଟ ସେବା ଉପରେ କୌଣସି ଚାର୍ଜ ଲାଗିବନି, ସ୍ପଷ୍ଟ କଲା ଅର୍ଥ ମନ୍ତ୍ରଣାଳୟ | News Room Odisha

ୟୁପିଆଇ ପେମେଣ୍ଟ ସେବା ଉପରେ କୌଣସି ଚାର୍ଜ ଲାଗିବନି, ସ୍ପଷ୍ଟ କଲା ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଲୋକପ୍ରିୟ ପେମେଣ୍ଟ ମାଧ୍ୟମ ‘ୟୁନାଇଟେଡ୍ ପେମେଣ୍ଟ ଇଣ୍ଟରଫେସ୍’ (ୟୁପିଆଇ) ଉପରେ ଚାର୍ଜ ଲାଗିବା ନେଇ ଚର୍ଚ୍ଚା ମଧ୍ୟରେ ଅର୍ଥ ମନ୍ତ୍ରଣାଳୟ ସ୍ପଷ୍ଟୀକରଣ ଦେଇଛି । ଲୋକଙ୍କ ପାଇଁ ୟୁପିଆଇ ଏକ ଉପଯୋଗୀ ଡିଜିଟାଲ୍ ସେବା ଏବଂ ସରକାର ଏହା ଉପରେ କୌଣସି ଶୁଳ୍କ ଲଗାଇବାକୁ ବିଚାର କରୁନାହାଁନ୍ତି ବୋଲି ମନ୍ତ୍ରଣାଳୟ କହିଛି।

ମନ୍ତ୍ରଣାଳୟର ଏହି ସ୍ପଷ୍ଟୀକରଣ ପରେ ୟୁପିଆଇ ଉପରେ ଚାର୍ଜ ଲାଗିବା ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । ୟୁପିଆଇ ଉପରେ ଚାର୍ଜ ସଂକ୍ରାନ୍ତ ରିଜର୍ଭ ବ୍ୟାଙ୍କ ନିକଟରେ ଆଲୋଚନା ପତ୍ର ଜାରି କରିଥିଲା । ଏଥିରେ ବିଭିନ୍ନ ରକମର ୟୁପିଆଇ କାରବାର ଉପରେ ଶୁଳ୍କ ଆଦାୟ ନେଇ ପ୍ରସ୍ତାବ ଦିଆଯାଇଥିଲା ଏବଂ ଏଥିପାଇଁ ଲୋକଙ୍କ ଠାରୁ ମତାମତ ଲୋଡିଥିଲା ।

ସମ୍ପ୍ରତି ୟୁପିଆଇ ମାଧ୍ୟମରେ କାରବାର ପାଇଁ ଲୋକଙ୍କୁ କୌଣସି ଶୁଳ୍କ ଦେବାକୁ ପଡୁନି । ଏହା ସମ୍ପୂର୍ଣ୍ଣ ନିଃଶୁଳ୍କ ସହ ରହିଛି।

ଅର୍ଥ ମନ୍ତ୍ରଣାଳୟ ଏକ ଟ୍ବିଟ୍ କରି କହିଛି, “ୟୁପିଆଇ ଲୋକଙ୍କ ପାଇଁ ଏକ ଉପଯୋଗୀ ସେବା, ଯାହା ଦ୍ଵାରା ଲୋକଙ୍କୁ ବହୁତ ସୁବିଧା ହେଉଛି ଏବଂ ଏହା ଅର୍ଥ ବ୍ୟବସ୍ଥାର ଉତ୍ପାଦକତା ମଧ୍ୟ ବୃଦ୍ଧି କରିଥାଏ | ୟୁପିଆଇ ସେବା ପାଇଁ ସରକାର କୌଣସି ଶୁଳ୍କ ଲାଗୁ କରିବାକୁ ବିଚାର କରୁନାହାଁନ୍ତି। ସେବା ପ୍ରଦାନକାରୀଙ୍କ ଖର୍ଚ୍ଚ ଭରଣା ଅନ୍ୟ ଉପାୟ ମାଧ୍ୟମରେ କରିବାକୁ ପଡ଼ିବ |

RBIUPI payment