ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ, ବିଜେପି ମୁଖପାତ୍ର ନୁପୂର ଶର୍ମାଙ୍କ ବିରୋଧରେ ମାମଲା ରୁଜୁ | News Room Odisha

ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ, ବିଜେପି ମୁଖପାତ୍ର ନୁପୂର ଶର୍ମାଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ:ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପାଇଁ ବିଜେପିର ଜାତୀୟ ମୁଖପାତ୍ର ନୁପୂର ଶର୍ମାଙ୍କ ବିରୋଧରେ ମୁମ୍ବାଇ ପୋଲିସ ମାମଲା ରୁଜୁ କରିଛି। ଏକ ନ୍ୟୁଜ୍ ଚ୍ୟାନେଲ କାର୍ଯ୍ୟକ୍ରମରେ ପ୍ରଫେଟ୍ ମହମ୍ମଦଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ କରିଥିଲେ ନୁପୂର । ଧାର୍ମିକ ଭାବନାକୁ ଆଘାତ ଦେବା, ଘୃଣା ସୃଷ୍ଟି କରିବା ଏବଂ ଅନ୍ୟ ଧର୍ମ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ନେଇ ବିଭିନ୍ନ ଦଫାରେ ନୁପୁରଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

ପୋଲିସ କହିଛି ଯେ ସୁନ୍ନି ବରେଲବୀ ସଂଗଠନ ରଜା ଏକାଡେମୀ ପକ୍ଷରୁ ନୁପୂର ଶର୍ମାଙ୍କ ବିରୋଧରେ ଅଭିଯୋଗ କ୍ରମେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି। ନୁପୂର ଶର୍ମା ଜ୍ଞାନବାପି ମସଜିଦ ବିବାଦରେ ଏକ ନ୍ୟୁଜ୍ ଚ୍ୟାନେଲ ଶୋ’ରେ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏଥିପାଇଁ ବିଭିନ୍ନ ମୁସଲିମ ସଂଗଠନ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।