ଶିଖ୍ ବିରୋଧୀ ମନ୍ତବ୍ୟ ପାଇଁ କଙ୍ଗନାଙ୍କ ବିରୋଧରେ ଏଫ୍ଆଇଆର୍ | News Room Odisha

ଶିଖ୍ ବିରୋଧୀ ମନ୍ତବ୍ୟ ପାଇଁ କଙ୍ଗନାଙ୍କ ବିରୋଧରେ ଏଫ୍ଆଇଆର୍

ମୁମ୍ବାଇ: ଶିଖ୍ ସମ୍ପ୍ରଦାୟ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ମୁମ୍ବାଇର ଖାର୍ ପୋଲିସ ଷ୍ଟେସନରେ ଏଫ୍ଆଇଆର୍ ରୁଜୁ ହୋଇଛି। ଏହାର ଦିନକ ପୂର୍ବରୁ ସୋମବାର ଦିନ ଏକ ଶିଖ ସଂଗଠନ ମଧ୍ୟ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲା । କଙ୍ଗନା ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଶିଖ ସମ୍ପ୍ରଦାୟ ବିରୋଧରେ ଅପମାନଜନକ ଭାଷା ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

ଦିଲ୍ଲୀ ଶିଖ୍ ଗୁରୁଦ୍ୱାର ପରିଚାଳନା କମିଟି (ଡିଏସଜିଏମସି) ମଧ୍ୟ ସୋମବାର କଙ୍ଗନାଙ୍କ ବିରୋଧରେ ପୋଲିସରେ ଅଭିଯୋଗ ରୁଜୁ କରିଥିଲା । କଙ୍ଗନା ଉଦ୍ଦେଶ୍ୟମୂଳକ ଭାବେ କୃଷକଙ୍କ ଆନ୍ଦୋଳନ (କିସାନ ମୋର୍ଚ୍ଚା)କୁ ଖଲିସ୍ତାନୀ ଆନ୍ଦୋଳନ ଭାବରେ ଚିତ୍ରଣ କରିଛନ୍ତି ଏବଂ ଶିଖ ସମ୍ପ୍ରଦାୟକୁ ଖଲିସ୍ତାନୀ ଆତଙ୍କବାଦୀ ବୋଲି କହିଛନ୍ତି। ସେ ୧୯୮୪ ଏବଂ ଏହା ପୂର୍ବରୁ ହୋଇଥିବା ନରସଂହାରକୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଏକ ଯୋଜନାବଦ୍ଧ ପଦକ୍ଷେପ ବୋଲି ବର୍ଣ୍ଣନା କରିଥିଲେ ବୋଲି ଡିଏସଜିଏମସି ନିଜ ଅଭିଯୋଗରେ ଦର୍ଶାଇଥିଲେ ।

Kangana Ranaut