ଟି-୨୦ ବିଶ୍ୱକପ: ପ୍ରଥମ ବ୍ୟାଚ୍ ଭାରତୀୟ ଖେଳାଳିଙ୍କ ଆମେରିକା ଯାତ୍ରା | News Room Odisha

ଟି-୨୦ ବିଶ୍ୱକପ: ପ୍ରଥମ ବ୍ୟାଚ୍ ଭାରତୀୟ ଖେଳାଳିଙ୍କ ଆମେରିକା ଯାତ୍ରା

ନୂଆଦିଲ୍ଲୀ: ଜୁନ୍ ୨ରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ପୂର୍ବରୁ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଭାରତୀୟ ଖେଳାଳିଙ୍କ ପ୍ରଥମ ବ୍ୟାଚ୍ ଶନିବାର ଆମେରିକା ଯାତ୍ରା‌ କରିଛନ୍ତି।

ରୋହିତଙ୍କ ବ୍ୟତୀତ ଦ୍ରୁତ ବୋଲର ଜସପ୍ରୀତ ବୁମରା, ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ, ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଏବଂ ବ୍ୟାଟିଂ କୋଚ୍ ବିକ୍ରମ ରାଠୋଡ ଏବଂ ଅନ୍ୟ କିଛି ଖେଳାଳି ମୁମ୍ବାଇ ବିମାନବନ୍ଦରରୁ ଆମେରିକା ଅଭିମୁଖେ ଯାତ୍ରା କରିଥିଲେ।

ପ୍ରଥମ ବ୍ୟାଚ୍ ଖେଳାଳିଙ୍କ ମଧ୍ୟରେ ରବୀନ୍ଦ୍ର ଜାଡେଜା, ଶିବମ୍ ଦୁବେ, ମହମ୍ମଦ ସିରାଜ, ଅର୍ଶଦୀପ ସିଂ, ଖଲିଲ ଅହମ୍ମଦ, କୁଲଦୀପ ଯାଦବ ଏବଂ ଅକ୍ଷର ପଟେଲ ଅଛନ୍ତି।

ପ୍ଲେ ଅଫରେ ପହଞ୍ଚିଥିବା ଆଇପିଏଲ ଦଳର ଅଂଶବିଶେଷ ଥିବା ବିରାଟ କୋହଲିଙ୍କ ସମେତ କିଛି ଖେଳାଳି ପରବର୍ତ୍ତୀ ସମୟରେ ଆମେରିକା ଗସ୍ତ କରିବେ।

ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଜୁନ୍ ୨ ରୁ ଜୁନ୍ ୨୯ ପର୍ଯ୍ୟନ୍ତ ଟି-୨୦ ବିଶ୍ୱକପ୍ ଅନୁଷ୍ଠିତ ହେବ ।