ଓମିକ୍ରନ୍ ଯୋଗୁଁ ପ୍ରଥମ ମୃତ୍ୟୁ, ବ୍ରିଟେନରେ ଜଣେ ରୋଗୀଙ୍କ ମୃତ୍ୟୁ ନେଇ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସୂଚନା | News Room Odisha

ଓମିକ୍ରନ୍ ଯୋଗୁଁ ପ୍ରଥମ ମୃତ୍ୟୁ, ବ୍ରିଟେନରେ ଜଣେ ରୋଗୀଙ୍କ ମୃତ୍ୟୁ ନେଇ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସୂଚନା

ନୂଆଦିଲ୍ଲୀ: ଓମିକ୍ରନ୍ ଭାରିଆଣ୍ଟ ଯୋଗୁଁ ପ୍ରଥମ ମୃତ୍ୟୁ ମାମଲା ରିପୋର୍ଟ ହୋଇଛି । ବ୍ରିଟେନରେ ଜଣେ ଓମିକ୍ରନ୍ ରୋଗୀଙ୍କ ମୃତ୍ୟୁ ହୋଇଛି | ଓମିକ୍ରନ୍ କାରଣରୁ ମୃତ୍ୟୁର ଏହା ବିଶ୍ବର ପ୍ରଥମ ଘଟଣା | ବ୍ରିଟେନର ରାଜଧାନୀ ଲଣ୍ଡନରେ ୪୦% କରୋନା ମାମଲାରେ ଏହି ଷ୍ଟ୍ରେନ୍ ମିଳିଛି | ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଓମିକ୍ରନ୍‌ରେ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି।

ଅନ୍ୟପକ୍ଷରେ ବ୍ରିଟେନର ସ୍ୱାସ୍ଥ୍ୟ ସଚିବ ସାଜିଦ୍ ଜାଭେଦ୍ କହିଛନ୍ତି ଯେ ଖ୍ରୀଷ୍ଟମାସ ସମୟରେ ମାମଲା ଦ୍ରୁତ ଗତିରେ ବଢୁଛି। ସେ କହିଛନ୍ତି – ପ୍ରତିଦିନ ୫ ଲକ୍ଷରୁ ଅଧିକ ମାମଲା ରିପୋର୍ଟ ହୋଇପାରେ। ଏଣୁ ଟିକାର ପୂର୍ଣ୍ଣ ଡୋଜ୍ ନେବା ସହ ବୟସ୍କ ବ୍ୟକ୍ତି ଏକ ତୃତୀୟ ଡୋଜ୍ ନେବାକୁ ମଧ୍ୟ ସେ ଲୋକଙ୍କୁ ନିବେଦନ କରିଛନ୍ତି ।