ଭାରତରେ କରୋନାର 'ଏକ୍ସଇ' ଭାରିଆଣ୍ଟର ପ୍ରଥମ ମାମଲା ଚିହ୍ନଟ | News Room Odisha

ଭାରତରେ କରୋନାର ‘ଏକ୍ସଇ’ ଭାରିଆଣ୍ଟର ପ୍ରଥମ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କରୋନାର ‘ଏକ୍ସଇ’ ଭାରିଆଣ୍ଟର ପ୍ରଥମ ମାମଲା ମିଳିଛି | ଏହି ମାମଲା ମୁମ୍ବାଇରେ ଚିହ୍ନଟ ହୋଇଛି। ବିଏମସି ସୂଚନା ଅନୁଯାୟୀ ମଙ୍ଗଳବାର ମୁମ୍ବାଇରେ ୨୩୦ ଟି ନମୁନା ପରୀକ୍ଷା କରାଯାଇଥିଲା, ସେଥିମଧ୍ୟରୁ ୨୨୮ ଓମିକ୍ରନର ସଂକ୍ରମିତ ହୋଇଥିବା ବେଳେ ଜଣେ ‘ଏକ୍ସଇ’ ଏବଂ ଅନ୍ୟଟି କାପା ଭାରିଆଣ୍ଟ ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।

‘ଏକ୍ସଇ’ ଭାରିଆଣ୍ଟ ସଂକ୍ରମିତ ବ୍ୟକ୍ତିଙ୍କ ଠାରେ କୌଣସି ଗମ୍ଭୀର ଲକ୍ଷଣ ପ୍ରକାଶ ପାଇନଥିବା କୁହାଯାଇଛି | ଓମିକ୍ରନ ଅପେକ୍ଷା ‘ଏକ୍ସଇ’ ଭାରିଆଣ୍ଟ ୧୦ ଗୁଣ ଅଧିକ ସଂକ୍ରମଣଶୀଳ ବୋଲି ବୈଜ୍ଞାନିକମାନେ କହିଛନ୍ତି । ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ମଧ୍ୟ ଏହି ନୂଆ ଭାରିଆଣ୍ଟ ନେଇ ଦେଶମାନଙ୍କୁ ଆଲର୍ଟ ଜାରି କରିଛି ।

ଭାରତରେ ଡେଲଟା ଅପେକ୍ଷା ଓମିକ୍ରନ୍ ଭାରିଆଣ୍ଟର ପ୍ରଭାବ ସେଭଳି ବ୍ୟାପକ ନଥିଲା | ସମ୍ପ୍ରତି ଭାରତରେ ଦୈନିକ ପ୍ରାୟ ଏକ ହଜାର କରୋନା ସଂକ୍ରମଣ ମାମଲା ଆସୁଛି। ମୋଟ ମୃତ୍ୟୁ ସଂଖ୍ୟା ପାଞ୍ଚ ଲକ୍ଷ ୨୧ ହଜାରରୁ ଅଧିକ ହୋଇଛି ।