ଏକକାଳୀନ ନିର୍ବାଚନ କମିଟିର ପ୍ରଥମ ବୈଠକ ସେପ୍ଟେମ୍ବର ୨୩ରେ: କୋବିନ୍ଦ | News Room Odisha

ଏକକାଳୀନ ନିର୍ବାଚନ କମିଟିର ପ୍ରଥମ ବୈଠକ ସେପ୍ଟେମ୍ବର ୨୩ରେ: କୋବିନ୍ଦ

ଭୁବନେଶ୍ୱର: ଦେଶରେ ଏକକାଳୀନ ନିର୍ବାଚନ କରିବା ଉପରେ ସୁପାରିସ କରିବା ପାଇଁ ଗଠିତ ଉଚ୍ଚ ସ୍ତରୀୟ କମିଟିର ପ୍ରଥମ ବୈଠକ ସେପ୍ଟେମ୍ବର ୨୩ରେ ବସିବ। କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସୂଚନା ଦେଇଛନ୍ତି ।

ସେପ୍ଟେମ୍ବର ୨ରେ ସରକାର ଲୋକସଭା, ରାଜ୍ୟ ବିଧାନସଭା, ପୌରସଂସ୍ଥା ଏବଂ ପଞ୍ଚାୟତ ପାଇଁ ଏକକାଳୀନ ନିର୍ବାଚନ ସମ୍ଭାବନାର ତର୍ଜମା ଏବଂ ସୁପାରିସ କରିବାକୁ ଏକ ଆଠ ଜଣିଆ କମିଟି ଗଠନ ନେଇ ବିଜ୍ଞପ୍ତି ଜାରି କରିଥିଲେ।

ଏକ ଘରୋଇ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବା ପାଇଁ ଭୁବନେଶ୍ୱର ଆସିଥିବା କୋବିନ୍ଦ ଶନିବାର ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ଏକକାଳୀନ ନିର୍ବାଚନ କମିଟିର ପ୍ରଥମ ବୈଠକ ସେପ୍ଟେମ୍ବର ୨୩ରେ ବସିବ ।