ଆଜି ଏକକାଳୀନ ନିର୍ବାଚନ ସଂକ୍ରାନ୍ତ କମିଟିର ପ୍ରଥମ ବୈଠକ | News Room Odisha

ଆଜି ଏକକାଳୀନ ନିର୍ବାଚନ ସଂକ୍ରାନ୍ତ କମିଟିର ପ୍ରଥମ ବୈଠକ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକକାଳୀନ ନିର୍ବାଚନ ସଂକ୍ରାନ୍ତ କମିଟିର ପ୍ରଥମ ବୈଠକ ଆଜି ଦିଲ୍ଲୀରେ ଅନୁଷ୍ଠିତ ହେବ। ଲୋକସଭା ସହ ରାଜ୍ୟ ବିଧାନସଭା, ପୌର ଏବଂ ପଞ୍ଚାୟତ ନିର୍ବାଚନ ଏକାଠି କରିବା ପ୍ରସଙ୍ଗରେ ତର୍ଜମା ପୂର୍ବକ ଯଥାଶୀଘ୍ର ସୁପାରିସ କରିବା ପାଇଁ ସେପ୍ଟେମ୍ବର ୨ରେ କେନ୍ଦ୍ର ସରକାର ଏକ ୮ ଜଣିଆ କମିଟି ଗଠନ କରିଥିଲେ।

ଏହି କମିଟିର ସଦସ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ରାଜ୍ୟସଭାରେ ବିରୋଧୀ ଦଳର ପୂର୍ବତନ ନେତା ଗୁଲାମ ନବୀ ଆଜାଦ ଏବଂ ପୂର୍ବତନ ଅର୍ଥ କମିଶନର ଅଧ୍ୟକ୍ଷ ଏନ.କେ ସିଂହ ପ୍ରମୁଖ ସଦସ୍ୟ ଅଛନ୍ତି। ଲୋକସଭାରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀଙ୍କୁ ମଧ୍ୟ ଏହି କମିଟିର ସଦସ୍ୟ କରାଯାଇଥିଲା । ତେବେ ସେ ଏହି କମିଟିର ଅଂଶ ହେବାକୁ ମନା କରି ଦେଇଥିଲେ ।