ପଞ୍ଜାବରେ ମୁତୟନ ହେଲା ଏସ୍-୪୦୦ ଏୟାର ଡିଫେନ୍ସ ସିଷ୍ଟମର ପ୍ରଥମ ସ୍କ୍ବାଡ୍ରନ୍, ପାକିସ୍ତାନ-ଚୀନ୍ ଉପରେ ରଖିବ ନଜର | News Room Odisha

ପଞ୍ଜାବରେ ମୁତୟନ ହେଲା ଏସ୍-୪୦୦ ଏୟାର ଡିଫେନ୍ସ ସିଷ୍ଟମର ପ୍ରଥମ ସ୍କ୍ବାଡ୍ରନ୍, ପାକିସ୍ତାନ-ଚୀନ୍ ଉପରେ ରଖିବ ନଜର

ନୂଆଦିଲ୍ଲୀ: ବିମାନ ଆକ୍ରମଣ ବିପଦକୁ ଦୃଷ୍ଟିରେ ରଖି ପଞ୍ଜାବରେ ଭାରତ ଏହାର ପ୍ରଥମ ଏୟାର ଡିଫେନ୍ସ ସିଷ୍ଟମ ମୁତୟନ କରିଛି। ରୁଷ୍ ନିର୍ମିତ ଏସ୍-୪୦୦ ଏୟାର ଡିଫେନ୍ସ ମିସାଇଲ୍ ସିଷ୍ଟମର ପ୍ରଥମ ସ୍କ୍ବାଡ୍ରନକୁ ଭାରତୀୟ ବାୟୁସେନା ପଞ୍ଜାବରେ ମୁତୟନ କରିଛି।

ସୂଚନାନୁସାରେ, ଉଭୟ ଚୀନ୍ ଏବଂ ପାକିସ୍ତାନରୁ ବିମାନ ଆକ୍ରମଣ ହେବାର ଆଶଙ୍କା ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ରୁଷର ଡିଫେନ୍ସ ମିସାଇଲ୍ ସିଷ୍ଟମର କିଛି ଅଂଶ ଚଳିତ ମାସ ଆରମ୍ଭରେ ଭାରତରେ ପହଞ୍ଚିଥିଲା ​​ଏବଂ ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହି ୟୁନିଟ୍ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ।

ଭାରତ ରୁଷରୁ ଏସ୍-୪୦୦ ଏୟାର ଡିଫେନ୍ସ ସିଷ୍ଟମର ୫ଟି ସ୍କ୍ବାଡ୍ରନ୍ ୩୫,୦୦୦ କୋଟି ଟଙ୍କାରେ କିଣିଛି | ଏହା ୪୦୦ କିଲୋମିଟର ପର୍ଯ୍ୟନ୍ତ ଶତ୍ରୁ ଦେଶର ଯୁଦ୍ଧ ବିମାନକୁ ଠାବ କରି ତାହାକୁ ନଷ୍ଟ କରିବାରେ ସକ୍ଷମ | ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଏୟାର ଡିଫେନ୍ସ ସିଷ୍ଟମର ପ୍ରଥମ ସ୍କ୍ବାଡ୍ରନ ଯୋଗାଣ ଶେଷ ହେବ |