ଜାହାଙ୍ଗୀରପୁରୀ ହିଂସା: ପାଞ୍ଚ ଅଭିଯୁକ୍ତଙ୍କ ବିରୋଧରେ ଲାଗିଲା ଏନ୍ଏସ୍ଏ | News Room Odisha

ଜାହାଙ୍ଗୀରପୁରୀ ହିଂସା: ପାଞ୍ଚ ଅଭିଯୁକ୍ତଙ୍କ ବିରୋଧରେ ଲାଗିଲା ଏନ୍ଏସ୍ଏ

ନୂଆଦିଲ୍ଲୀ: ଜାହାଙ୍ଗୀରପୁରୀରେ ହୋଇଥିବା ହିଂସା ଘଟଣାରେ ଗିରଫ ହୋଇଥିବା ପାଞ୍ଚ ଅଭିଯୁକ୍ତଙ୍କ ଉପରେ ଦିଲ୍ଲୀ ପୋଲିସ କଡ଼ା ଜାତୀୟ ସୁରକ୍ଷା ଆଇନ (ଏନ୍ଏସ୍ଏ) ଅନୁଯାୟୀ ମାମଲା ରୁଜୁ କରିଛି। ଜଣେ ଅଧିକାରୀ କହିଛନ୍ତି, ଯେଉଁମାନଙ୍କ ବିରୋଧରେ ଏହି କଡ଼ା ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି, ସେମାନଙ୍କ ମଧ୍ୟରେ ହିଂସା ପଛରେ ମୁଖ୍ୟ ଷଡଯନ୍ତ୍ରକାରୀ ଅନସାର ଏବଂ ସୋନୁ ଅଛନ୍ତି । ଶନିବାର ହିଂସା ସମୟରେ ଏକ ଭିଡିଓରେ ସୋନୁ ଗୁଳି ଚଳାଉଥିବା ଦେଖିବାକୁ ମିଳୁଛି ।

ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ହନୁମାନ ଜୟନ୍ତୀ ଅବସରରେ ଏକ ଶୋଭାଯାତ୍ରା ବେଳେ କିଛି ଦୁର୍ବୃତ୍ତ ପଥର ମାଡ଼ କରିଥିଲେ । ଏହାପରେ ହିଂସାର ସୂତ୍ରପାତ ହୋଇଥିଲା | ତେବେ ପରିସ୍ଥିତି ଆହୁରି ବିଗିଡିବା ପୂର୍ବରୁ ଦିଲ୍ଲୀ ପୋଲିସ ସମୟୋଚିତ ପଦକ୍ଷେପ ଗ୍ରହଣ କରି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ହିଂସା ସହ ଜଡିତ ଲୋକଙ୍କ ଗିରଫ ଜାରି ରହିଛି। ଏହି ମାମଲାରେ ଏଯାବତ୍ ୨୦ ରୁ ଅଧିକ ଲୋକ ଗିରଫ ହେଲେଣି।