ପାଂଚ ମାସ ପରେ ଦିଲ୍ଲୀରେ ପୁଣି ଗଡିଲା ମେଟ୍ରୋ ଟ୍ରେନ, କୋଭିଡ କଟକଣା ମଧ୍ୟରେ ପରୀକ୍ଷାମୂଳକ ଭାବେ ଆରମ୍ଭ ହେଲା ମେଟ୍ରୋ ଚଳାଚଳା | News Room Odisha

ପାଂଚ ମାସ ପରେ ଦିଲ୍ଲୀରେ ପୁଣି ଗଡିଲା ମେଟ୍ରୋ ଟ୍ରେନ, କୋଭିଡ କଟକଣା ମଧ୍ୟରେ ପରୀକ୍ଷାମୂଳକ ଭାବେ ଆରମ୍ଭ ହେଲା ମେଟ୍ରୋ ଚଳାଚଳା

ନୂଆଦିଲ୍ଲୀ – ଆଜିଠୁ ପୁଣି ଟ୍ରାକକୁ ଫେରିଲା ଦିଲ୍ଲୀ ମେଟ୍ରୋ । ଦୀର୍ଘ ୫ ମାସ ପରେ ସୀମିତ ଭାବେ ଟ୍ରାକରେ ଦୈାଡିଛି ଦିଲ୍ଲୀର ଲାଇଫଲାଇନ୍ । କୋଭିଡ କଟକଣା ମଧ୍ୟରେ ପରୀକ୍ଷାମୂଳକ ଭାବେ ରାଜଧାନୀରେ ଆରମ୍ଭ ହୋଇଛି ମେଟ୍ରୋ ଟ୍ରେନ ଚଳାଚଳ । ବେଶ୍ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି । ମେଟ୍ରୋରେ ଯାତ୍ରା କରିବାକୁ ହେଲେ ଯାତ୍ରୀଙ୍କ ଥର୍ମାଲ୍ ସ୍କ୍ରିନିଂ କରିବାକୁ ହେବ । ଲକ୍ଷଣ ନ ଥିବା ଯାତ୍ରୀଙ୍କୁ ହିଁ ମିଳିବ ଯାତ୍ରା ସୁୁବିଧା । ବିନା ମାସ୍କରେ ଯାତ୍ରୀଙ୍କୁ ଏଂଟ୍ରି ମିଳିବ ନାହିଁ । ପେପର ସ୍ଲିପ୍ ଟିକେଟ ପାଇଁ ସାନିଟାଇଜ ବାଧ୍ୟତାମୂଳକ ହୋଇଛି ।

କଂଟେନମେଂଟ ଜୋନରେ ମେଟ୍ରୋ ଚାଲିବନାହିଁ । ଦିଲ୍ଲୀବାସୀଙ୍କ ପାଇଁ ଜାରି ହୋଇଥିବା ଏସଓପି ଅନୁସାରେ ସକାଳ ୭ଟାରୁ ୧୧ଟା ଯାଏଁ ମେଟ୍ରୋ ଚାରି ଘଂଟା ପାଇଁ ଚାଲିବ । ଚଳିତମାସ ୯ ଓ ୧୦ ତାରିଖରେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ଗଡିବ ମେଟ୍ରୋ ।