ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ୍ ମାଇକେଲ ସ୍ଲେଟର ଗିରଫ | News Room Odisha

ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ୍ ମାଇକେଲ ସ୍ଲେଟର ଗିରଫ

ସିଡନୀ: ଘରୋଇ ହିଂସା ମାମଲାରେ ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ୍ ମାଇକେଲ ସ୍ଲେଟରଙ୍କୁ ଗିରଫ କରାଯାଇଛି। ବୁଧବାର ଅଷ୍ଟ୍ରେଲିଆ ଗଣମାଧ୍ୟମ ଏହି ସୂଚନା ଦେଇଛି। ସ୍ଲାଟରଙ୍କ ମ୍ୟାନେଜର ସୀନ୍ ଆଣ୍ଡରସନ ମିଡିଆ ରିପୋର୍ଟ ଉପରେ ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି। ନ୍ୟୁ ସାଉଥ ୱେଲ୍ସ (ଏନଏସଡବ୍ଲୁ) ପୋଲିସ କହିଛି ଯେ ଗତ ସପ୍ତାହରେ ଘରୋଇ ହିଂସା ମାମଲାର ତଦନ୍ତ ଆରମ୍ଭ କରିଛି। (ଏନଏସଡବ୍ଲୁ) ବୁଧବାର ଦିନ ଏକ ବିବୃତ୍ତିରେ କହିଛି: ଅନୁସନ୍ଧାନ ପରେ ଡିଟେକ୍ଟିଭ୍ ମାନଲି ସ୍ଥିତ ଏକ ଘରକୁ ଯାଇ ରାତି ପ୍ରାୟ ୯.୨୦ ସମୟରେ ସ୍ଲେଟରଙ୍କ ସହ କଥା ହୋଇଥିଲେ। ଏହା ପରେ ତାଙ୍କୁ ଗିରଫ କରାଯାଇ ମୁଖ୍ୟତଃ ପୋଲିସ ଷ୍ଟେସନକୁ ନିଆଯାଇଥିଲା।

ସ୍ଲେଟର ୧୯୯୩ ରୁ ୨୦୦୧ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ପାଇଁ ଖେଳିଥିଲେ | ଏହି ସମୟରେ ସେ ୭୪ଟି ଟେଷ୍ଟ ଏବଂ ୪୨ଟି ଦିନିକିଆ ଖେଳିଥିଲେ। ଯଥାକ୍ରମେ ୫୩୧୨ ଏବଂ ୯୮୭ ରନ୍ କରିଥିଲେ | ସେ ୧୫ ବର୍ଷ ଧରି କ୍ରିକେଟ୍ ଭାଷ୍ୟକାର ଭାବରେ କାର୍ଯ୍ୟ କରୁଛନ୍ତି। ଗତ ମାସରେ ସେଭେନ ନେଟୱାର୍କର କ୍ରିକେଟ୍ କମେଣ୍ଟାରୀ ଦଳରୁ ସ୍ଲେଟରଙ୍କୁ ବାଦ୍ ଦିଆଯାଇଥିଲା। ତିନି ବର୍ଷର ଚୁକ୍ତି ପରେ ତାଙ୍କୁ ହଟାଇ ଦିଆଯାଇଥିଲା।

କିଛି ମାସ ତଳେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କ ବିରୋଧରେ ୫୧ ବର୍ଷିୟ ସ୍ଲାଟର ସୋସିଆଲ ମିଡିଆରେ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ଅନେକ ବିବାଦ ଲାଗି ରହିଥିଲା।
କୋଭିଡ ମହାମାରୀର ଘାତକ ଦ୍ବିତୀୟ ଲହର ଯୋଗୁଁ ଆଇପିଏଲର ପ୍ରଥମ ପର୍ଯ୍ୟାୟ ସ୍ଥଗିତ ହେବା ପରେ ଭାରତରୁ ଅଷ୍ଟ୍ରେଲିଆକୁ ଫେରିବା ପାଇଁ ଅଷ୍ଟ୍ରେଲୀୟ ଖେଳାଳିଙ୍କ ଉପରେ କଡ଼ା କୋଭିଡ୍ ନିୟମ ଲାଗୁ କରାଯାଇଥିଲା । ଏଥିରେ ରାଗିଯାଇ ସ୍ଲେଟର ମୋରିସନଙ୍କୁ ସମାଲୋଚନା କରିଥିଲେ। ଏସବୁ ପରେ ମାଇକେଲ ସ୍ଲେଟର ଏକ ସ୍ପଷ୍ଟୀକରଣ ଦେଇଥିଲେ କିନ୍ତୁ କ୍ଷମା ମାଗିବେ ନାହିଁ‌ ବୋଲି କହିଥିଲେ।