ପଞ୍ଜାବ: ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ହାରିଲେ | News Room Odisha

ପଞ୍ଜାବ: ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ହାରିଲେ

ଚଣ୍ଡିଗଡ଼/ପାଣାଜୀ: ପଞ୍ଜାବର ପଟିଆଲା ଆସନରୁ ପୂର୍ବତନ ସିଏମ କ୍ୟାପଟେନ ଅମରିନ୍ଦର ସିଂ ନିର୍ବାଚନ ​​ହାରିଛନ୍ତି। ସେ ଏଠାରେ ଆମ୍ ଆଦମୀ ପାର୍ଟିର ଅଜିତ ପାଲ୍ ସିଂଙ୍କ ଠାରୁ ହାରିଯାଇଛି । କଂଗ୍ରେସ ସହ ମତଭେଦ ପରେ ଅମରିନ୍ଦର ସିଂ ଦଳ ଛାଡିଥିଲେ। ତା’ପରେ ସେ ପଞ୍ଜାବ ଲୋକ ଇନସାଫ କଂଗ୍ରେସ ନାମକ ଏକ ନୂତନ ଦଳ ଗଠନ କରିଥିଲେ ଏବଂ ବିଜେପି ସହିତ ମେଣ୍ଟ କରି କରିଥିଲେ । କିନ୍ତୁ ଆମ୍ ଆଦମୀ ପାର୍ଟିର ସୁନାମି ଆଗରେ ଏଥର ସବୁ ବଡ଼ ବଡିଆ ମାଟି କାମୁଡିଛନ୍ତି । ଆପ୍ ପଞ୍ଜାବରେ ବିପୁଳ ବିଜୟ ଆଡ଼କୁ ମୁହାଁଉଛି ।

ଅନ୍ୟପକ୍ଷରେ ଗୋଆରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର ଗୋଆର ପାଣାଜୀ ଆସନରୁ ହାରିଯାଇଛନ୍ତି। ସେ ବିଜେପି ଟିକେଟ ନ ମିଳିବାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢୁଥିଲେ।