ପୂର୍ବତନ ପୋପ୍ ବେନେଡିକ୍ଟ ଷୋଡ଼ଶଙ୍କ ଦେହାନ୍ତ | News Room Odisha

ପୂର୍ବତନ ପୋପ୍ ବେନେଡିକ୍ଟ ଷୋଡ଼ଶଙ୍କ ଦେହାନ୍ତ

ଭାଟିକାନ୍ ସିଟି: ପୂର୍ବତନ ପୋପ୍ ବେନେଡିକ୍ଟ ଷୋଡ଼ଶଙ୍କ ଶନିବାର ଭାଟିକାନ୍ ସିଟିରେ ୯୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ୨୦୦୫ ରୁ ୨୦୧୩ କ୍ୟାଥୋଲିକ ଚର୍ଚର ନେତୃତ୍ବ ନେଇଥିଲେ | ୨୦୧୩ ମସିହାରେ ସେ କୌଣସି କାରଣରୁ ପୋପ୍ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ଏହି ପଦ ଛାଡ଼ିବା ପରେ ସେ ଭାଟିକାନ୍ ଗାର୍ଡେନ୍ସର ଏକ ଛୋଟ ମ୍ୟାଟର୍ ଏକ୍ସେଲିଆ ମଠରେ ରହିବାକୁ ଲାଗିଲେ।

ଏହି ସପ୍ତାହ ଆରମ୍ଭରେ ବେନେଡିକ୍ଟ ଷୋଡ଼ଶଙ୍କ ଅସୁସ୍ଥତା ନେଇ ପୋପ୍ ଫ୍ରାନ୍ସିସ୍ ସୂଚନା ଦେଇଥିଲେ। ସେ ତାଙ୍କ ସ୍ୱାସ୍ଥ୍ୟ ପାଇଁ ଲୋକଙ୍କୁ ପ୍ରାର୍ଥନା କରିବାକୁ କହିଥିଲେ।

୧୦୦୦ ବର୍ଷରେ ବେନେଡିକ୍ଟ ପ୍ରଥମ ଜର୍ମାନ ପୋପ୍ ଥିଲେ | ତାଙ୍କର ଉତ୍ତରାଧିକାରୀ ପୋପ୍ ଫ୍ରାନ୍ସିସଙ୍କ ସହ ତାଙ୍କର ଉତ୍ତମ ସମ୍ପର୍କ ଥିଲା । କିନ୍ତୁ ୨୦୧୩ରେ ସେ ପୋପ୍ ପଦ ଛାଡିବା ପରେ ଭାଟିକାନରେ ତାଙ୍କର ଉପସ୍ଥିତି ନେଇ ଭ୍ରୂକୁଞ୍ଚନ ସୃଷ୍ଟି ହୋଇଥିଲା ।