ବିଜେପି ଛାଡ଼ି କଂଗ୍ରେସରେ ଯୋଗଦେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପୁଅ | News Room Odisha

ବିଜେପି ଛାଡ଼ି କଂଗ୍ରେସରେ ଯୋଗଦେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପୁଅ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପୁଅ ସୁନୀଲ ଶାସ୍ତ୍ରୀ ପୁଣି ଥରେ କଂଗ୍ରେସରେ ଯୋଗ ଦେଇଛନ୍ତି। ସୁନୀଲ ଶାସ୍ତ୍ରୀ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ତାଙ୍କୁ ଦଳର ସଦସ୍ୟତା ପ୍ରଦାନ କରିଛନ୍ତି।

ସୁନୀଲ ଶାସ୍ତ୍ରୀଙ୍କ କଂଗ୍ରେସରେ ଯୋଗଦେବା ପରେ ପ୍ରିୟଙ୍କା ଗାନ୍ଧୀ ଟୁଇଟ୍ କରି କହିଛନ୍ତି ଯେ କଂଗ୍ରେସ ସୈନିକ ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପୁଅ ଶ୍ରୀ ସୁନୀଲ ଶାସ୍ତ୍ରୀଜୀଙ୍କୁ ଭେଟିବା ପାଇଁ କଂଗ୍ରେସ ପ୍ରତିଷ୍ଠା ଦିବସ ଠାରୁ ଭଲ କ’ଣ ହୋଇପାରେ?ସୁନୀଲ ଶାସ୍ତ୍ରୀଜୀଙ୍କ ସହ ସମସ୍ତ ବିଷୟ ଉପରେ ଆଲୋଚନା କଲି। ଦେଶ ପାଇଁ ଆମେ ମିଳିମିଶି ଲଢିବୁ ଏବଂ ଜିତିବୁ ।

ସୁନୀଲ ଶାସ୍ତ୍ରୀ ଦୀର୍ଘ ସମୟ ଧରି ବିଜେପିରେ ଥିଲେ । କଂଗ୍ରେସ ଟିକେଟରେ ସେ ଆଗାମୀ ଉତ୍ତର ପ୍ରଦେଶ ନିର୍ବାଚନ ଲଢ଼ିବେ ବୋଲି ମନେ କରାଯାଉଛି । ଲାଲ ବାହାଦୂର ଶାସ୍ତ୍ରୀଙ୍କ ଆଉ ଜଣେ ପୁଅ ଅନିଲ ଶାସ୍ତ୍ରୀ ପୂର୍ବରୁ କଂଗ୍ରେସରେ ଅଛନ୍ତି ।