ପ୍ରବେଶ ଅନୁମତି ନ ଥାଇ ଶ୍ରୀମନ୍ଦିରରେ ପଶିଥିବାରୁ ୪ ଏଏନଏମ ନିଲମ୍ବିତ | News Room Odisha

ପ୍ରବେଶ ଅନୁମତି ନ ଥାଇ ଶ୍ରୀମନ୍ଦିରରେ ପଶିଥିବାରୁ ୪ ଏଏନଏମ ନିଲମ୍ବିତ

ପୁରୀ- ଅନୁମତି ନ ଥାଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିବା ଅଭିଯୋଗରେ ୪ ଏଏନଏମଙ୍କୁ ନିଲମ୍ବିତ କରାଯାଇଛି । ମନ୍ଦିର ବାହାରେ ଡ୍ୟୁଟି କରିବାକୁ ସେମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା । ସେମାନେ ମନ୍ଦିରରେ ପ୍ରବେଶ ଅନୁମତି ପାଇଥିବା ବ୍ୟକ୍ତିଙ୍କ ଥର୍ମାଲ ସ୍କ୍ରିନିଂ କରୁଥିଲେ । ପ୍ରବେଶ ଅନୁମତି ନ ଥିଲେ ୪ ଏଏନଏମ ଶ୍ରୀମନ୍ଦିରକୁ ଯାଇଥିଲେ । ଏହି ଘଟଣା ଜଣାପଡିବା ପରେ ସେମାନଙ୍କୁ ପୁରୀ ସିଡିଏମଓ ନିଲମ୍ବିତ କରିଛନ୍ତି ।

Four ANMs suspendedPuri Jagannath Temple