ମଧ୍ୟ ପ୍ରଦେଶ: ହସ୍ପିଟାଲ ଶିଶୁ ୱାର୍ଡରେ ନିଆଁ, ୪ ଶିଶୁ ମୃତ, ଅନେକ ଆହତ | News Room Odisha

ମଧ୍ୟ ପ୍ରଦେଶ: ହସ୍ପିଟାଲ ଶିଶୁ ୱାର୍ଡରେ ନିଆଁ, ୪ ଶିଶୁ ମୃତ, ଅନେକ ଆହତ

ଭୋପାଳ: ଭୋପାଳର କମଳା ନେହେରୁ ହସ୍ପିଟାଲର ଶିଶୁ ୱାର୍ଡରେ ନିଆଁ ଲାଗିଯାଇଛି। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ଘଟଣାରେ ଚାରି ନବଜାତ ଶିଶୁଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଶିଶୁ ଆହତ ହୋଇଛନ୍ତି। ଏହି ସମୟରେ କମଲା ନେହେରୁ ହସ୍ପିଟାଲ ବାହାରେ ଅପେକ୍ଷା କରିଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ପିଲାମାନଙ୍କ ବିଷୟରେ କୌଣସି ସୂଚନା ତାଙ୍କୁ ଦିଆଯାଇ ନାହିଁ ।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସୋମବାର ରାତି ପ୍ରାୟ ୯ଟା ବେଳେ ହସ୍ପିଟାଲ ଭବନର ତୃତୀୟ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଥିଲା ​​ବୋଲି ଫତେହଗଡ ଅଗ୍ନିଶମ ବିଭାଗର ଦାୟିତ୍ୱରେ ଥିବା ଜୁବେର ଖାନ କହିଛନ୍ତି। ପ୍ରାୟ ୮-୧୦ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରାଯାଇଥିଲା।

ରାଜ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ଶିକ୍ଷା ମହମ୍ମଦ ସୁଲେମାନ ଏହାର ଅନୁସନ୍ଧାନ କରିବେ।