ଲୋକସଭାରୁ ଚାରି କଂଗ୍ରେସ ସାଂସଦ ନିଲମ୍ବିତ | News Room Odisha

ଲୋକସଭାରୁ ଚାରି କଂଗ୍ରେସ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ: ଲୋକସଭାରେ ପ୍ଲାକାର୍ଡ ଧରି ଦରବୃଦ୍ଧି ବିରୋଧରେ ହୋହଲ୍ଲା କରିଥିବାରୁ ଗୃହରୁ କଂଗ୍ରେସର ଚାରି ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଲୋକସଭା ଆସନ୍ତାକାଲି ଯାଏଁ ସ୍ଥଗିତ ରଖାଯାଇଛି । ତେବେ ପୂରା ମୌସୁମୀ ଅଧିବେଶନରୁ କଂଗ୍ରେସ ସାଂସଦ ମନିକମ୍ ଟାଗୋର, ଜ୍ୟୋତିମଣି, ରାମ୍ୟା ହରିଦାସ ଏବଂ ଟିନ୍ ପ୍ରତାପନଙ୍କୁ ନିଲମ୍ବିତ କରାଯାଇଛି।

ବିଧାନସଭାର ଶୁଣାଣି ସ୍ଥଗିତ ରଖିବା ପୂର୍ବରୁ କାମଚଳା ବାଚସ୍ପତି ରାଜେନ୍ଦ୍ର ଅଗ୍ରୱାଲ ହଙ୍ଗାମା କରିଥିବାରୁ ଚାରିଜଣ କଂଗ୍ରେସ ସାଂସଦଙ୍କୁ ନିଲମ୍ବିତ କରିଥିଲେ। ନିୟମ ୩୭୪ ଏହି କଂଗ୍ରେସର ଏହି ଚାରିଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି।

କଂଗ୍ରେସ ଏହି ନିଷ୍ପତ୍ତିକୁ ସମାଲୋଚନା କରିଛି । ଆମ ସାଂସଦମାନେ ଗୃହରେ ଲୋକଙ୍କ ପ୍ରସଙ୍ଗ ଉଠାଉଛନ୍ତି । ସରକାର ଏ‌ହାକୁ ଗ୍ରହଣ ନକରି ଆମ ସାଂସଦଙ୍କୁ ଜାଣିଶୁଣି ନିଲମ୍ବିତ କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।