ଫୁଟପାଥରେ ବସିଥିବା ଲୋକଙ୍କ ଉପରକୁ କାର୍ ଚଢ଼ାଇ ଦେଲେ ନାବାଳିକା, ୪ ମୃତ | News Room Odisha

ଫୁଟପାଥରେ ବସିଥିବା ଲୋକଙ୍କ ଉପରକୁ କାର୍ ଚଢ଼ାଇ ଦେଲେ ନାବାଳିକା, ୪ ମୃତ

କରିମନଗର: ତେଲେଙ୍ଗାନାରେ ଏକ କାର୍ ଧକ୍କାରେ ଚାରିଜଣ ମହିଳାଙ୍କ ମୃତ୍ୟୁ ହୋଇଛି। ଜଣେ ନାବାଳିକା ଏହି କାର୍ ଚଳାଉଥିଲେ । ନାବାଳିକା ଜଣକ ବହୁତ ଦ୍ରୁତ ଗତିରେ ଡ୍ରାଇଭିଂ କରୁଥିଲେ ଏବଂ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ବସିଥିବା ଲୋକଙ୍କ ଉପରେ କାର ଚଢ଼ାଇ ଦେଇଥିଲେ | ଏହି ଘଟଣା ତେଲେଙ୍ଗାନାର କରିମନଗର ଜିଲ୍ଲାରେ ଘଟିଛି । କରିମନଗର ପୋଲିସ କମିଶନର ଭି.ସତ୍ୟନାରାୟଣ କହିଛନ୍ତି ଯେ ଆଇପିସିର ଧାରା ୩୦୪ ଅନୁଯାୟୀ କାର୍ ଚଳାଉଥିବା ନାବାଳିକାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।