ମାଦ୍ରାସା ଉଚ୍ଛେଦ ନେଇ ଉତ୍ତରାଖଣ୍ଡର ହଲଦ୍ବାନିରେ ହିଂସା, ୪ ମୃତ | News Room Odisha

ମାଦ୍ରାସା ଉଚ୍ଛେଦ ନେଇ ଉତ୍ତରାଖଣ୍ଡର ହଲଦ୍ବାନିରେ ହିଂସା, ୪ ମୃତ

ହଲଦ୍ବାନି: ବେଆଇନ ମାଦ୍ରାସା ଉଚ୍ଛେଦକୁ ନେଇ ଉତ୍ତରାଖଣ୍ଡର ହଲଦ୍ବାନିର ବ୍ୟାପକ ହିଂସା ଘଟିଛି। ସହରର ବନଭୁଲାପୁରରେ ପଥର ମାଡ଼ରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା କରିଛନ୍ତିି। ଶାନ୍ତି ବଜାୟ ରଖିବାକୁ ଲୋକମାନଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ସମଗ୍ର ସହରରେ କର୍ଫ୍ୟୁ ଜାରି କରାଯାଇଛି । ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ ଦିଆଯାଇଛି। ସହରରେ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ ରହିଛି ।

ହଲଦ୍ବାନିର ବନଭୁଲାପୁରା ଥାନା ନିକଟ ମଲିକ୍ ବଗିଚା ଅଞ୍ଚଳରେ ଗୁରୁବାର ଏକ ବେଆଇନ ମଦ୍ରାସା ଉଛେଦ ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା । ପୌର ନିଗମ ଅଧିକାରୀ ଜେସିବି ସହ ପହଞ୍ଚିବା ପରେ ସ୍ଥାନୀୟ ଲୋକ ଉଛେଦ କାର୍ଯ୍ୟକୁ ତୀବ୍ର ବିରୋଧ କରିଥିଲେ ।

ସେମାନେ ପ୍ରଶାସନିକ ଅଧିକାରୀ, ପୋଲିସ ଓ ସାମ୍ବାଦିକଙ୍କ ଉପରକୁ ପଥର ମାଡ଼ କରିଥିଲେ । ଏହି ଘଟଣାରେ ବହୁ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଉପଦ୍ରବୀମାନେ ଅଧିକାରୀ ମାନଙ୍କ ଗାଡ଼ି ମଧ୍ୟ ଜାଳି ଦେଇଥିଲେ।