ବଠିଣ୍ଡା ମିଲିଟାରୀ ଷ୍ଟେସନରେ ଗୁଳିକାଣ୍ଡ, ଚାରି ମୃତ | News Room Odisha

ବଠିଣ୍ଡା ମିଲିଟାରୀ ଷ୍ଟେସନରେ ଗୁଳିକାଣ୍ଡ, ଚାରି ମୃତ

ନୂଆଦିଲ୍ଲୀ, ପଞ୍ଜାବର ବଠିଣ୍ଡା ସ୍ଥିତ ମିଲିଟାରୀ ଷ୍ଟେସନରେ ଆଜି ସକାଳେ ହଠାତ୍ ଗୁଳିମାଡ଼ ହୋଇଛି। ଏହି ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ବୁଧବାର ଭୋର ପ୍ରାୟ ୪.୩୦ରେ ଏହି ଗୁଳିକାଣ୍ଡ ଘଟିଥିବା କୁହାଯାଇଛି। ଏହି ଘଟଣା ପଛରେ କାହାର ହାତ ରହିଛି ତାହା ଜଣା ପଡିନାହିଁ। ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସମଗ୍ର ଅଞ୍ଚଳକୁ ସିଲ୍ କରାଯାଇ ସର୍ଚ୍ଚ ଅପରେସନ୍ ଚାଲିଛି ।