ମହିଳା ଚାମ୍ପିଅନସ ଟ୍ରଫି ହକି ପାଇଁ ଘୋଷିତ ଭାରତୀୟ ଦଳରେ ଓଡିଶାର ଚାରି ଖେଳାଳି, ଦୀପଗ୍ରେସ୍ ଏକ୍କା ଉପଅଧିନାୟିକା | News Room Odisha

ମହିଳା ଚାମ୍ପିଅନସ ଟ୍ରଫି ହକି ପାଇଁ ଘୋଷିତ ଭାରତୀୟ ଦଳରେ ଓଡିଶାର ଚାରି ଖେଳାଳି, ଦୀପଗ୍ରେସ୍ ଏକ୍କା ଉପଅଧିନାୟିକା

ଭୁବନେଶ୍ୱର- ଦକ୍ଷିଣ କୋରିଆର ଦୋନଘାଏଠାରେ ଆସନ୍ତାମାସରେ ଖେଳାଯିବାକୁ ଥିବା ଏସିଆନ ମହିଳା ଚାମ୍ପିଅନସ ଟ୍ରଫି ହକି ଟୁର୍ଣ୍ଣାମେଂଟ ପାଇଁ ଘୋଷିତ ଭାରତୀୟ ଦଳରେ ଓଡିଶାର ଚାରି ଖେଳାଳି ସ୍ଥାନ ପାଇଛନ୍ତି । ୧୮ ଜଣିଆ ଦଳରେ ସ୍ଥାନ ପାଇଥିବା ଚାରି ଓଡିଆ ଖେଳାଳି ହେଲେ – ଦୀପଗ୍ରେସ ଏକ୍କା, ନମିତା ଟପ୍ପୋ, ଲିଳିମା ମିଂଜ୍ ଓ ମାରିଆନା କୁଜୁର୍ । ଅଭିଜ୍ଞ ଗୋଲକିପର ସବିତା ଭାରତୀୟ ଦଳର ନେତୃତ୍ୱ ନେବେ । ଓଡିଶାର ଦୀପଗ୍ରେସ ଏକ୍କା ଉପଅଧିନାୟିକା ଅଛନ୍ତି । ଉଦଘାଟନୀ ଦିବସରେ ଭାରଚ ଚୀନ୍ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ । ପ୍ରତିଯୋଗିତାରେ ଚୀନ, କୋରିଆ, ଜାପାନ, ଥାଇଲାଣ୍ଡ ଓ ମାଲେସିଆ ଭାଗ ନେଉଛନ୍ତି । ୨୦୧୮ରେ ଆୟୋଜିତ ଟୁର୍ଣ୍ଣାମେଂଟରେ ଭାରତ, ଫାଇନାଲରେ କୋରିଆଠାରୁ ହାରି ରନର୍ସଅପ୍ ହୋଇଥିଲା ।