ଆରବ ସାଗରରେ ଖସିପଡ଼ିଲା ହେଲିକପ୍ଟର, ଓନଜିସିର ତିନି କର୍ମଚାରୀଙ୍କ ସହ ୪ ମୃତ | News Room Odisha

ଆରବ ସାଗରରେ ଖସିପଡ଼ିଲା ହେଲିକପ୍ଟର, ଓନଜିସିର ତିନି କର୍ମଚାରୀଙ୍କ ସହ ୪ ମୃତ

ମୁମ୍ବାଇ: ଆଜି ମୁମ୍ବାଇ ନିକଟ ଆରବ ସାଗରର ବମ୍ବେ ହାଇ ନିକଟରେ ଓନଜିସିର ଏକ ପବନହଂସ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ୭ ଜଣ ଯାତ୍ରୀ ଏବଂ ଦୁଇ ପାଇଲଟ ଥିଲେ। ହେଲିକପ୍ଟରଟି ଓନଜିସିର ରିଗ୍ ‘ସାଗର କିରଣ’ ନିକଟରେ ସମୁଦ୍ରକୁ ଖସି ପଡ଼ିଥିଲା | ତଟରକ୍ଷୀ ବାହିନୀ ସହାୟତାରେ ଓନଜିସିର ଏହି ହେଲିକପ୍ଟରରୁ ନଅ ଜଣଙ୍କୁ ଉଦ୍ଧାର କରାଯାଇଥିଲା | ତେବେ ଏମାନଙ୍କ ମଧ୍ୟରୁ ଚାରି ଜଣଙ୍କ ମୃତ୍ୟୁ ହୋଇଛି ।

ଉଦ୍ଧାର ହୋଇଥିବା ସମସ୍ତ ଲୋକଙ୍କୁ ନୌ ସେନା ଚପର ଦ୍ବାରା ଡାକ୍ତରଖାନାକୁ ନିଆଯାଇଛି। ତେବେ ସେଠାରେ ୪ ଜଣଙ୍କୁ ମୃତ ଘୋଷଣା କରାଯାଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରୁ ତିନିଜଣ ହେଉଛନ୍ତି ଓଏନଜିସି କର୍ମଚାରୀ |

ତୈଳ ଏବଂ ପ୍ରାକୃତିକ ଗ୍ୟାସ ନିଗମ ଲିମିଟେଡ୍ (ଓଏନଜିସି) ଟ୍ୱିଟ୍ କରି କହିଛି ଯେ ହେଲିକପ୍ଟରଟି ବମ୍ବେ ହାଇ ଠାରେ ଥିବା ତୈଳ ଖଣି ଅଞ୍ଚଳ ନିକଟରେ ଜରୁରୀ ଅବତରଣ କରିଛି। ଇଣ୍ଡିଆନ୍ ତଟରକ୍ଷୀ ବାହିନୀ ସୂଚନା ଅନୁଯାୟୀ ଏହି ହେଲିକପ୍ଟରଟି ଓଏନଜିସିର । ଏହା ସାଗର କିରଣ ନିକଟ ଏକ ଖାଇରେ ଅବତରଣ କରିଥିଲା | ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ମୁମ୍ବାଇ ଉପକୂଳରୁ ଏକ ଜାହାଜ ଦୁର୍ଘଟଣାସ୍ଥଳକୁ ପଠାଯାଇଥିଲା |

ହେଲିକପ୍ଟରରେ ଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ତଟରକ୍ଷୀ ବାହିନୀ ବିମାନ ଲାଇଫ୍ ରାଫ୍ଟ ପକାଇଥିଲା। ଏହା ଏମ୍ଆରସିସି ଦ୍ୱାରା ସ୍ଵୀକୃତ ଆନ୍ତର୍ଜାତୀୟ ସ୍ତରର ସୁରକ୍ଷା ଉପକରଣ | ତଟରକ୍ଷୀ ବାହିନୀ ଉଦ୍ଧାର କାର୍ଯ୍ୟରେ ନୌ ସେନା ଏବଂ ଓଏନଜିସି ସହିତ ସମନ୍ୱୟ ରକ୍ଷା କରିଥିଲେ। ତଟରକ୍ଷୀ ବାହିନୀର ଓଏସଭି ମାଳବୀୟ ୧୬କୁ ମଧ୍ୟ ଘଟଣାସ୍ଥଳକୁ ପଠାଯାଇଥିଲା |