ଷ୍ଟକହୋମ: ଫରାସୀ ଲେଖିକା ଆନି ଆର୍ନକ୍ସଙ୍କୁ ଚଳିତ ବର୍ଷ ସାହିତ୍ୟରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ । ନୋବେଲ କମିଟି ପକ୍ଷରୁ ଏହି ଘୋଷଣା କରାଯାଇଛି ।
ଆନି ଆର୍ନକ୍ସ କହନ୍ତି, “ଲେଖା ହେଉଛି ଏକ ରାଜନୈତିକ କାର୍ଯ୍ୟ, ଯାହା ସାମାଜିକ ଅସମାନତା ଦେଖିବା ପାଇଁ ଆମ ଆଖି ଖୋଲିଥାଏ।” ଆନି ଆର୍ନକ୍ସ ଏହି ଉଦ୍ଦେଶ୍ୟରେ ତାଙ୍କ ଭାଷାର ପ୍ରୟୋଗ ଏକ ଛୁରୀ ପରି କରନ୍ତି ବୋଲି ନୋବେଲ କମିଟି କହିଛି ।
ନୋବେଲଙ୍କ କମିଟି କହିଛି – ଆନି ଅତି ସରଳ ଭାଷାରେ ଗମ୍ଭୀର ପ୍ରସଙ୍ଗର ବିଷୟରେ ଆଲୋଚନା କରନ୍ତି | ତାଙ୍କ ଲେଖାରେ ସାହସ ଓ ସମବେଦନା ରହିଛି | ସେ ନିଜ ଲେଖାରେ ସମାଜର ପ୍ରତ୍ୟେକ ଶ୍ରେଣୀକୁ ସାମିଲ କରନ୍ତି |
ଆନି ଆର୍ନକ୍ସ ୧୯୪୦ରେ ଜନ୍ମଗ୍ରହଣ କରିଥିଲେ | ସେ ନର୍ମାଣ୍ଡିର ଏକ ଛୋଟ ସହର ୟଭେଟଟ୍ ରେ ବଢ଼ିଥିଲେ। ଏଠାରେ ତାଙ୍କ ପିତାମାତା ଏକ ତେଜରାତି ଦୋକାନ ଏବଂ କାଫେ ଚଳାଉଥିଲେ |
ଗତ ବର୍ଷ ତାଞ୍ଜାନିଆର ଔପନ୍ୟାସିକ ଅବଦୁଲ ରଜାକ୍ ଗୁରୁନାଙ୍କୁ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା।
ସ୍ୱିଡେନର ଷ୍ଟକହୋମ ଠାରେ ନୋବେଲ ପୁରସ୍କାର ସପ୍ତାହ ୨୦୨୨ର ଚତୁର୍ଥ ଦିନରେ ସାହିତ୍ୟ କ୍ଷେତ୍ରରେ ପୁରସ୍କାର ଘୋଷଣା କରାଯାଇଛି | ଏହା ପୂର୍ବରୁ ମେଡିସିନ, ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇସାରିଛି । ଆସନ୍ତାକାଲି ନୋବେଲ ଶାନ୍ତି ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯିବ ।
ନୋବେଲ ଶାନ୍ତି ପୁରସ୍କାର ନରୱେ ତରଫରୁ ପ୍ରଦାନ କରାଯାଇଛି | ଅନ୍ୟ ସମସ୍ତ ବର୍ଗ ପାଇଁ ପୁରସ୍କାର ଷ୍ଟକହୋମ ନୋବେଲ କମିଟି ପ୍ରଦାନ କରିଥାଏ |
ନୋବେଲ ପୁରସ୍କାର ବିଜେତାଙ୍କୁ ସ୍ୱିଡେନ ଏକାଡେମୀ ଏକ କୋଟି ସ୍ୱିଡେନ କ୍ରୁନୁର ଦେଇଥାଏ, ଯାହା ପ୍ରାୟ ୧୨ ଲକ୍ଷ ଡଲାର ସହିତ ସମାନ |