କ୍ରମାଗତ ପଞ୍ଚମ ଦିନ ବଢ଼ିଲା ତୈଳଦର, ମୁମ୍ବାଇରେ ଡିଜେଲ୍ ୧୦୦ ଟପିଲା | News Room Odisha

କ୍ରମାଗତ ପଞ୍ଚମ ଦିନ ବଢ଼ିଲା ତୈଳଦର, ମୁମ୍ବାଇରେ ଡିଜେଲ୍ ୧୦୦ ଟପିଲା

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ୍ ଦର ଶନିବାର କ୍ରମାଗତ ପଞ୍ଚମ ଦିନ ପାଇଁ ବୃଦ୍ଧି ପାଇଛି। ସଦ୍ୟତମ ଦର ବୃଦ୍ଧି ପରେ ମୁମ୍ବାଇରେ ଡିଜେଲ ଲିଟର ୧୦୦ ଟପିଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୦ ପଇସା ମହଙ୍ଗା ହୋଇଥିବା ବେଳେ ହୋଇଥିବାବେଳେ ଡିଜେଲ ୩୫ ପଇସା ବୃଦ୍ଧି ପାଇଛି। ତୈଳ ମାର୍କେଟିଂ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (ଆଇଓସିଏଲ୍) ଅନୁଯାୟୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୩.୫୪ ଟଙ୍କାରୁ ବଢି ୧୦୩.୮୪ ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲ ଲିଟର ପିଛା ୯୨.୧୨ ରୁ ୯୨.୪୭ଟଙ୍କାକୁ ବୃଦ୍ଧି ପାଇଛି। ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଯୋଗୁଁ ଘରୋଇ ବଜାରରେ ଅଟୋ ଇନ୍ଧନ ମୂଲ୍ୟ ସର୍ବକାଳୀନ ରେକର୍ଡ଼ ସ୍ତରରେ ପହଞ୍ଚିଛି |