ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ସପ୍ତାହକ ମଧ୍ୟରେ ଷଷ୍ଠ ବୃଦ୍ଧି | News Room Odisha

ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ସପ୍ତାହକ ମଧ୍ୟରେ ଷଷ୍ଠ ବୃଦ୍ଧି

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବେଲଗାମ ହୋଇଯାଇଛି। ଆଜି ପୁଣି ପେଟ୍ରୋଲ-ଡିଜେଲ ଦର ବଢ଼ିଛି । ପେଟ୍ରୋଲର ମୂଲ୍ୟ ଲିଟର ପିଛା ୩୦ ପଇସା ଏବଂ ଡିଜେଲ ୩୫ ପଇସା ବୃଦ୍ଧି କରାଯାଇଛି । ଗତ ସାତ ଦିନ ମଧ୍ୟରେ ଷଷ୍ଠ ଥର ପାଇଁ ତେଲ ଦର ବୃଦ୍ଧି କରାଯାଇଛି। ଏହା ସହ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୯୯.୪୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୦.୭୭ ଟଙ୍କାରେ ପହଞ୍ଚିଛି ।

ନଭେମ୍ବର ୪ ପରେ ମାର୍ଚ୍ଚ ୨୨ ରେ ପ୍ରଥମ ଥର ପାଇଁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପ୍ରକ୍ରିୟା ଆରମ୍ଭ ହୋଇଥିଲା ‌ ଗତ ସାତ ଦିନ ମଧ୍ୟରେ ପେଟ୍ରୋଲର ମୂଲ୍ୟ ୪ ଟଙ୍କା ଏବଂ ଡିଜେଲର ମୂଲ୍ୟ ୪.୧୦ ଟଙ୍କା ବଢ଼ିଛି। ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ଏବେ ୧୧୪.୧୯ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୮.୫୦ ଟଙ୍କା ହୋଇଛି । ସେହିଭଳି ଚେନ୍ନାଇରେ ପେଟ୍ରୋଲ ୧୦୫.୧୮ ଟଙ୍କା ଏବଂ ଡିଜେଲ ୯୫.୩୩ ଟଙ୍କାରେ ମିଳୁଛି। କୋଲକାତାରେ ବର୍ତ୍ତମାନ ପେଟ୍ରୋଲ ଦାମ୍ ଲିଟର ପିଛା ୧୦୮.୮୫ ଟଙ୍କା ଓ ଡିଜେଲ ୯୩.୯୨ ଟଙ୍କାରେ ପହଞ୍ଚିଛି ।