ତିହାର ଜେଲରେ ଗ୍ୟାଙ୍ଗଷ୍ଟର ଟିଲୁ ତାଜପୁରିଆକୁ ହତ୍ୟା | News Room Odisha

ତିହାର ଜେଲରେ ଗ୍ୟାଙ୍ଗଷ୍ଟର ଟିଲୁ ତାଜପୁରିଆକୁ ହତ୍ୟା

ନୂଆଦିଲ୍ଲୀ: ଦେଶର ସବୁଠୁ ହାଇ ସିକ୍ୟୁରିଟି ତିହାର ଜେଲରେ ଘଟିଛି ଗ୍ୟାଙ୍ଗଓ୍ବାର । ବିରୋଧୀ ଗ୍ୟାଙ୍ଗ୍ କଏଦୀଙ୍କ ଆକ୍ରମଣରେ ଦିଲ୍ଲୀର ଗ୍ୟାଙ୍ଗଷ୍ଟର ଟିଲୁ ତାଜପୁରିଆର ମୃତ୍ୟୁ ହୋଇଛି । ଟିଲୁ ଉପରେ ଘାତକ ଆକ୍ରମଣ କରାଯାଇଥିଲା। ତିହାର ଜେଲ୍ ପ୍ରଶାସନ ତାଙ୍କୁ ଗୁରୁତର ଅବସ୍ଥାରେ ଦୀନ ଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ତାର ମୃତ୍ୟୁ ହୋଇଛି।

ଜେଲ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜେଲ୍ ନମ୍ବର ୮ର ଯୋଗେଶ ଟୁଣ୍ଡା ନାମକ ଜଣେ କଏଦୀ ଜେଲ୍ ନମ୍ବର-୯ର ଅନ୍ତେବାସୀ ଟିଲୁକୁ ଲୁହା ରଡରେ ହଠାତ୍ ଆକ୍ରମଣ କରିଥିଲା । ଏହି ଘଟଣାରେ ଆଉ ଜଣେ କଏଦୀ ମଧ୍ୟ ଆହତ ହୋଇଥିଲେ ।

୨୪ ସେପ୍ଟେମ୍ବର ୨୦୨୧ରେ ଦିଲ୍ଲୀର ରୋହିଣୀ କୋର୍ଟରେ ସଂଘଟିତ ଗୁଳିକାଣ୍ଡ ଘଟଣାର ଟିଲୁ ତାଜପୁରିଆ ମାଷ୍ଟରମାଇଣ୍ଡ ଥିଲା। ଗ୍ୟାଙ୍ଗଷ୍ଟର ଟିଲୁର ଦୁଇ ସୁଟର ଓକିଲ ବେଶରେ ଆସି ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଗୋଗୀଙ୍କୁ କୋର୍ଟରେ ହତ୍ୟା କରିଥିଲେ । ପୋଲିସର ଜବାବୀ କାର୍ଯ୍ୟାନୁଷ୍ଠାନରେ ଦୁଇ ସୁଟରଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା ।