ପୂର୍ବତନ ବିସିସିଆଇ ସଭାପତି ଗାଙ୍ଗୁଲିଙ୍କୁ ମିଳିବ ଏହି ଆଇପିଏଲ୍ ଫ୍ରାଞ୍ଚାଇଜର ବଡ଼ ଦାୟିତ୍ବ | News Room Odisha

ପୂର୍ବତନ ବିସିସିଆଇ ସଭାପତି ଗାଙ୍ଗୁଲିଙ୍କୁ ମିଳିବ ଏହି ଆଇପିଏଲ୍ ଫ୍ରାଞ୍ଚାଇଜର ବଡ଼ ଦାୟିତ୍ବ

ନୂଆଦିଲ୍ଲୀ: ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି ଏପ୍ରିଲରୁ ଆରମ୍ଭ ହେବାକୁ ଥିବା ଆସନ୍ତା ସିଜନରୁ ଦିଲ୍ଲୀ କ୍ୟାପିଟାଲ୍ସ ଦଳର କ୍ରିକେଟ୍ ଡାଇରେକ୍ଟର ଭାବେ ଆଇପିଏଲକୁ ଫେରିବେ। ଆଇପିଏଲ୍ ସୂତ୍ରରୁ ଏହା ଜଣାପଡ଼ିଛି | ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଅକ୍ଟୋବରରେ ବିସିସିଆଇ ସଭାପତି ପଦରୁ ଇସ୍ତଫା ଦେଇଥିଲେ ।

ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟତୀତ ସେ ଏହି ଫ୍ରାଞ୍ଚାଇଜ୍ ସହିତ ଜଡିତ ଆଇଏଲଟି୨୦ ଦଳ ଦୁବାଇ କ୍ୟାପିଟାଲ୍ସ ଏବଂ ଦକ୍ଷିଣ ଆଫ୍ରିକା ଟି-୨୦ ଲିଗ୍ ଦଳ ପ୍ରିଟୋରିଆ କ୍ୟାପିଟାଲ୍ସ କ୍ରିକେଟ୍ ସମ୍ବନ୍ଧୀୟ କାର୍ଯ୍ୟଗୁଡ଼ିକର ଦାୟିତ୍ବ ସମ୍ଭାଳିବେ | ଏହି ବିଷୟରେ ଅବଗତ ଥିବା ଏକ ଆଇପିଏଲ୍ ସୂତ୍ର ଗୋପନୀୟତା ସର୍ତ୍ତରେ ଗଣମାଧ୍ୟମକୁ କହିଛି ଯେ ସୌରଭ ଚଳିତ ବର୍ଷ ଦିଲ୍ଲୀ କ୍ୟାପିଟାଲ୍ସ ସହ ଆଇପିଏଲକୁ ପ୍ରତ୍ୟାବର୍ତ୍ତନ କରିବେ। ଏହି ଫ୍ରାଞ୍ଚାଇଜ ଏବଂ ତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ସେ ଏହି ଫ୍ରାଞ୍ଚାଇଜ୍ ସହିତ ଆଗରୁ କାମ କରିଛନ୍ତି, ଏହାର ମାଲିକମାନଙ୍କ ସହିତ ତାଙ୍କର ଭଲ ବୁଝିମଣା ଅଛି | ଯଦି ସେ ଆଇପିଏଲରେ କାମ କରିବାକୁ ଚାହାଁନ୍ତି, ତେବେ ସେ ଦିଲ୍ଲୀ କ୍ୟାପିଟାଲ୍ସ ସହିତ ହିଁ କରିବେ | ୨୦୧୯ ରେ ଫ୍ରାଞ୍ଚାଇଜ୍ ସହିତ କାର୍ଯ୍ୟ କରିବା ସମୟରେ ଗାଙ୍ଗୁଲି ଦିଲ୍ଲୀ ଟିମର ମେଣ୍ଟର ଥିଲେ। ନିକଟରେ ଅନୁଷ୍ଠିତ ଆଇପିଏଲ୍ ମିନି ନିଲାମରେ ଦିଲ୍ଲୀ ଉଭୟ ମୁଖ୍ୟ କୋଚ୍ ରିକି ପଣ୍ଟିଂ ଏବଂ ଗାଙ୍ଗୁଲିଙ୍କ ପରାମର୍ଶ ଗ୍ରହଣ କରିଥିଲା ।