ଜାତୀୟ ଜଳ ପୁରସ୍କାର: ଜିଲ୍ଲା ବିଭାଗରେ ଶ୍ରେଷ୍ଠ ଭାବେ ଗଞ୍ଜାମ ପୁରସ୍କୃତ | News Room Odisha

ଜାତୀୟ ଜଳ ପୁରସ୍କାର: ଜିଲ୍ଲା ବିଭାଗରେ ଶ୍ରେଷ୍ଠ ଭାବେ ଗଞ୍ଜାମ ପୁରସ୍କୃତ

ଭୁବନେଶ୍ୱର – ଚତୁର୍ଥ ଜାତୀୟ ଜଳଶକ୍ତି ପୁରସ୍କାରରେ ଗଞ୍ଜାମ ଜିଲ୍ଲାକୁ ସଫଳତା । ଜଳ ସମ୍ବଳ ପରିଚାଳନା ଓ ସଂରକ୍ଷଣରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟ ଯୋଗୁଁ ଗଞ୍ଜାମ ଜିଲ୍ଲା ବିଭାଗର ସାରାଦେଶରେ ଶ୍ରେଷ୍ଠ ବିବେଚିତ ହୋଇ ଜାତୀୟ ପୁରସ୍କାର ହାସଲ କରିଛି । ଆଜି ନୂଆଦିଲ୍ଲୀରେ ଜଳ ଶକ୍ତି ମନ୍ତ୍ରାଳୟର ଜଳ ସମ୍ପଦ, ନଦୀ ବିକାଶ ଓ ଗଙ୍ଗା ନିର୍ମଳ ବିଭାଗ ଦ୍ଵାରା ଆୟୋଜିତ ଏକ ଉତ୍ସବରେ ବିଭିନ୍ନ ବିଭାଗରେ ପୁରସ୍କାର ପ୍ରଦାନ କରାଯାଇଛି । ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ଠାରୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ପୁରସ୍କାର ଗ୍ରହଣ କରିଛନ୍ତି। ପୁରସ୍କାର ଗ୍ରହଣ ବେଳେ ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ କୀର୍ତ୍ତି ଭି. ଭାସନ ମଧ୍ୟ ଉପସ୍ଥିତ ଥିଲେ।