ଆୟ ବହିର୍ଭୁତ ସଂପତି ଠୁଳ ପାଇଁ ଭିଜିଲାନ୍ସ ଜାଲରେ ଫସିଲେ ଗଂଜାମ ଜିଲ୍ଲାର ସ୍କୁଲ୍ ଶିକ୍ଷକ | News Room Odisha

ଆୟ ବହିର୍ଭୁତ ସଂପତି ଠୁଳ ପାଇଁ ଭିଜିଲାନ୍ସ ଜାଲରେ ଫସିଲେ ଗଂଜାମ ଜିଲ୍ଲାର ସ୍କୁଲ୍ ଶିକ୍ଷକ

ବ୍ରହ୍ମପୁର – ଆୟ ବହିର୍ଭୁତ ସଂପତି ଠୁଳ ନେଇ ଭିଜିଲାନ୍ସ ଜାଲରେ ଫସିଛନ୍ତି ଜଣେ ହିନ୍ଦି ଶିକ୍ଷକ । ଗଂଜାମ ଜିଲ୍ଲାର ରଂଗେଇଲୁଣ୍ଡା ବ୍ଲକର ଝଡାଙ୍କୁଲି ସ୍ଥିତ ଯୋଶଦା ହାଇସ୍କୁଲରେ ହିନ୍ଦି ଶିକ୍ଷକ ଭାବେ କାର୍ଯ୍ୟରତ ଭୁବନାନନ୍ଦ ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ବ୍ରହ୍ମପୁର ସ୍ଥିତ ନିଜ ଘର, ଭଡାକୁ ଦେଇଥିବା ଘର ଓ ଦୋକାନ ଘରେ ଉପରେ ଭିଜିଲାନ୍ସ ବିଭାଗ ଚଢାଉ କରିଛି । ଏହାଛଡା ବ୍ରହ୍ମପୁର ନିମଖଣ୍ଡି ସ୍ଥିତ ତାଙ୍କର ଆଉ ଏକ ଘର, ଭୁବନେଶ୍ୱରର କଳ୍ପନା ଛକ ଓ ସୁନ୍ଦରପଦାରେ ଭଡାକୁ ଦେଇଥିବା ଆପାର୍ଟମେଂଟ୍ , ପୁରୀ ସହରରେ ଥିବା ଏକ ଫ୍ଲାଟ୍‌, ଗଂଜାମ ଜିଲ୍ଲା ଚିକିଟିରେ ଥିବା ପୈତୃକ ଘର ଓ ଚିକିଟି ନିକଟସ୍ଥ ଏକ ଘରୋଇ ସ୍କୁଲରେ ଭିଜିଲାନ୍ସ ବିଭାଗ ଚଢାଉ କରିିଛି । ତାଙ୍କ ମୋଟ ସଂପତିର ହିସାବ ନିକାଶ ଚାଲିଛି । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

Odisha Vigilance