ଗୌତମ ଗମ୍ଭୀରଙ୍କୁ ଆତଙ୍କବାଦୀ ସଂଗଠନର ହତ୍ୟା ଧମକ | News Room Odisha

ଗୌତମ ଗମ୍ଭୀରଙ୍କୁ ଆତଙ୍କବାଦୀ ସଂଗଠନର ହତ୍ୟା ଧମକ

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ‘ଆଇଏସଆଇଏସ କାଶ୍ମୀର’ରୁ ତାଙ୍କୁ ମୃତ୍ୟୁ ଧମକ ଦିଆଯାଉଛି ବୋଲି ପୂର୍ବତନ କ୍ରିକେଟର ତଥା ସାଂସଦ ଗୌତମ ଗମ୍ଭୀର ଅଭିଯୋଗ କରିଛନ୍ତି। ଗମ୍ଭୀର ଏ ସମ୍ପର୍କରେ ଦିଲ୍ଲୀ ପୋଲିସରେରେ ଅଭିଯୋଗ ରୁଜୁ କରିଛନ୍ତି। ତାଙ୍କ ଅଭିଯୋଗ ଉପରେ ତଦନ୍ତ ଚାଲିଛି ବୋଲି ଡିସିପି ଶ୍ୱେତା ଚୌହାନ କହିଛନ୍ତି। ଗମ୍ଭୀରଙ୍କ ବାସଭବନ ବାହାରେ ମଧ୍ଯ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ଜଣେ ବରିଷ୍ଠ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ଏବଂ ମୃତ୍ୟୁ ଧମକ ଉପରେ ତଦନ୍ତ ଚାଲିଛି। ସେଣ୍ଟ୍ରାଲ ଡିସିପି ଶ୍ୱେତା ଶ୍ୱେତା ଚୌହାନଙ୍କୁ ଲେଖିଥିବା ଚିଠିରେ ସାଂସଦ କହିଛନ୍ତି ଯେ ‘ଆଇଏସ୍ କାଶ୍ମୀର’ର ହ୍ୟାଣ୍ଡେଲରୁ ତାଙ୍କୁ ଧମକପୂର୍ଣ୍ଣ ଇମେଲ ମିଳିଛି ଯେଉଁଥିରେ ତାଙ୍କୁ ଏବଂ ତାଙ୍କ ପରିବାରକୁ ହତ୍ୟା କରିବାକୁ ଧମକ ଦିଆଯାଇଛି ‘। ଗମ୍ଭୀର ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇବା ବ୍ୟତୀତ ଏହି ମାମଲାରେ ଏଫଆଇଆର ରୁଜୁ କରିବାକୁ ପୋଲିସକୁ ଅନୁରୋଧ କରିଥିଲେ।

ନିକଟରେ ଗମ୍ଭୀର କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ‘ବଡ଼ ଭାଇ’ ବୋଲି ସମ୍ବୋଧନ କରିବା ନେଇ ସମାଲୋଚନା କରିଥିଲେ। କରତାରପୁର କରିଡ଼ର ସିଇଓଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ପଞ୍ଜାବ କଂଗ୍ରେସ ସଭାପତି ସିଦ୍ଧୁ ଇମ୍ରାନ ଖାନଙ୍କୁ ତାଙ୍କର ‘ବଡ ଭାଇ’ ବୋଲି କହିଥିଲେ ଯାହା ପରେ ବିବାଦ ଉପୁଜିଥିଲା।