ଦେଶର ୨୯ତମ ସେନା ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କଲେ ଜେନେରାଲ ମନୋଜ ପାଣ୍ଡେ | News Room Odisha

ଦେଶର ୨୯ତମ ସେନା ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କଲେ ଜେନେରାଲ ମନୋଜ ପାଣ୍ଡେ

ନୂଆଦିଲ୍ଲୀ: ଜେନେରାଲ୍ ମନୋଜ ପାଣ୍ଡେ ଆଜି ଭାରତୀୟ ସେନାର ୨୯ତମ ସେନା ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ଏମ୍ଏମ୍ ନାରାଓ୍ବଣେଙ୍କ ସ୍ଥାନ ନେଇଛନ୍ତି । ଇଞ୍ଜିନିୟରିଂ କର୍ପସର ପ୍ରଥମ ଅଧିକାରୀ ଭାବେ ଜେନେରାଲ ମନୋଜ ପାଣ୍ଡେ ପଦ ଅଳଙ୍କୃତ କରିଛନ୍ତି ।

ଏହା ପୂର୍ବରୁ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ଇଷ୍ଟର୍ନ କମାଣ୍ଡର କମାଣ୍ଡିଂ ଅଫିସର ଭାବରେ କାର୍ଯ୍ୟ କରିଥିଲେ ଏବଂ ଆଣ୍ଡାମାନ ଏବଂ ନିକୋବର କମାଣ୍ଡର କମାଣ୍ଡର-ଇନ୍-ଚିଫ୍ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ନୂଆ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ପରମ ବିଶିଷ୍ଟ ସେବା ପଦକ, ଅତି ବିଶିଷ୍ଟ ସେବା ପଦକ ଏବଂ ବିଶିଷ୍ଟ ସେବା ପଦକ ପାଇଛନ୍ତି।