ଜି.ଆଇ.ଇ.ଟି ବିଶ୍ୱ ବିଦ୍ୟାଳୟ ଗୁଣୁପୁର ପକ୍ଷରୁ ସମ୍ବଲପୁରରେ ଅଭିଭାବକ ସମ୍ମିଳନୀ | News Room Odisha

ଜି.ଆଇ.ଇ.ଟି ବିଶ୍ୱ ବିଦ୍ୟାଳୟ ଗୁଣୁପୁର ପକ୍ଷରୁ ସମ୍ବଲପୁରରେ ଅଭିଭାବକ ସମ୍ମିଳନୀ

ସମ୍ବଲପୁର: ରାୟଗଡ଼ା ଜିଲ୍ଲା ଗୁଣୁପୁର ସ୍ଥିତ ଜି.ଆଇ.ଇ.ଟି ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଆଜି ସମ୍ବଲପୁର ସ୍ଥିତ କାବେରୀ ହୋଟେଲ ଠାରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶ୍ଵବିଦ୍ୟାଳୟ ର କମ୍ପ୍ୟୁଟର ବିଭାଗର, ପ୍ରଫେସର ଡ଼ଃ. ବନ୍ଦିତା ସାହୁ , ଆଡ଼ମିଶନ ବିଭାଗର ରିଜିଓନାଲ ମ୍ୟାନେଜର ବିଜୟ କୁମାର ସାହୁ, ଏବଂ ଜୋନାଲ ମ୍ୟାନେଜର ଶମ୍ଭୁ ପ୍ରଶାଦ ବାବୁ ପ୍ରମୁଖ ଯୋଗ ଦେଇ ଵିଶ୍ଵବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ଦିଆ ଯାଉଥିବା ଉଚ୍ଚମାନର ଶିକ୍ଷା ଦାନ, ପ୍ରଶିକ୍ଷଣ ଓ ଗ୍ରନ୍ଥାଗାର ର ସହ ଉଚ୍ଚମାନର ନିଯୁକ୍ତି ସୁଯୋଗ ଛାତ୍ରଛାତ୍ରୀ ମାନଙ୍କୁ ଦେଉଥିବା କହିଛନ୍ତି। ସେହିଭଳି ଛାତ୍ରଛାତ୍ରୀ ମାନେ ବହୁଦେଶୀୟ କମ୍ପାନୀ ମାନଙ୍କରେ ନିଯୁକ୍ତି ପାଇ ରେକର୍ଡ ସୃଷ୍ଟି କରିବା ସହ ଅନୁଷ୍ଠାନ ର ଟେକ ରଖୁଥିବା ନିଜ ଭାଷଣ ରେ କହିଥିଲେ।

ଚଳିତ ବର୍ଷ ରେକର୍ଡ ୯୬% ପ୍ରତିଶତ ଛାତ୍ରଛାତ୍ରୀ ବହୁ ଦେଶୀୟ ଓ ଅନ୍ତର୍ଦେଶୀୟ କମ୍ପାନୀ ରେ ନିଯୁକ୍ତି ପାଇ ଥିବା ଅନୁଷ୍ଠାନ ପାଇଁ ଗୌରବ ର ବିଷୟ ବୋଲି ଦର୍ଶାଇ ଥିଲେ। ଅନୁଷ୍ଠାନ ର ପୁରାତନ ଓ ବର୍ତ୍ତମାନ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକ ମାନେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ବିଷୟ ରେ ଉପସ୍ଥିତ ଅନୁଷ୍ଠାନ ର ପ୍ରଫେସର ମାନଙ୍କ ସହ ଆଲୋଚନା କରିଥିଲେ। ଆଡ଼ମିଶନ ବିଭାଗର ଆଞ୍ଚଳିକ ଅଧିକାରୀ ପ୍ରତାପ କୁମାର ଦାସ ଓ ସଦାନନ୍ଦ ଦେବତା ପ୍ରମୁଖ ଏହି ସମ୍ମିଳନୀକୁ ପରିଚାଳନା କରିଥିଲେ।

ଏହିଭଳି ସମ୍ମିଳନୀ ଅନୁଷ୍ଠାନ ପକ୍ଷରୁ ଆୟୋଜନ କରିଥିବାରୁ ଅଭିଭାବକ ମାନେ ଵିଶ୍ଵବିଦ୍ୟାଳୟ କତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି।