ରାୟଗଡ଼ା ଅମ୍ବାଦଳା ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ | News Room Odisha

ରାୟଗଡ଼ା ଅମ୍ବାଦଳା ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ରାୟଗଡା – ବାହାନଗା ଷ୍ଟେସନରେ ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ ଛୋଟମୋଟ ଅଘଟଣ ନିୟମିତ ଭାବେ ଘଟୁଛି । ଆଜି ରାୟଗଡା ଜିଲ୍ଲାର ଅମ୍ବାଦଳା ଷ୍ଟେସନ ନିକଟରେ ବେଦାନ୍ତ କମ୍ପାନୀର ବକସାଇଟ ବୋଝେଇ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ଏହି ମାଲବାହୀ ଟ୍ରେନ ଲାଞ୍ଜିଗଡ ବେଦାନ୍ତ ପ୍ଲାଣ୍ଟକୁ ଯାଉଥିବା ସମୟରେ ତିନୋଟି ବଗି ରେଳ ଧାରଣାରୁ ଖସି ଯାଇଥିଲା। ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ। ତେବେ ଏଥିଯୋଗୁଁ ରେଳ ଯାତାୟତ ବ୍ୟାହତ ହୋଇଛି। ଲଗାତର ଛୋଟବଡ ଦୁର୍ଘଟଣା ଯୋଗୁଁ ଯାତ୍ରୀ ଟ୍ରେନ ଯାତ୍ରାରେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି।