ପ୍ଲେ ଷ୍ଟୋରରୁ ସବୁ କଲ୍ ରେକର୍ଡିଂ ଆପ୍ ହଟାଇଲା ଗୁଗଲ୍, କାହିଁକି ଜାଣନ୍ତୁ | News Room Odisha

ପ୍ଲେ ଷ୍ଟୋରରୁ ସବୁ କଲ୍ ରେକର୍ଡିଂ ଆପ୍ ହଟାଇଲା ଗୁଗଲ୍, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ପ୍ଲେ ଷ୍ଟୋରରୁ ସବୁ କଲ୍ ରେକର୍ଡିଂ ଆପ୍ ଗୁଡ଼ିକୁ ବ୍ୟାନ୍ କରାଯିବ ବୋଲି ଗତ ମାସରେ ଗୁଗଲ୍ ଘୋଷଣା କରିଥିଲା । ଗୁଗଲର ଏହି ପ୍ଲେ ଷ୍ଟୋର ନୀତି ଆଜି (ମେ ୧୧) ଠାରୁ ଲାଗୁ ହୋଇଛି | ତେବେ ଏହାର ପ୍ରଭାବ ସେହି ଫୋନ୍ ଗୁଡିକ ଉପରେ ପଡ଼ିବନି ଯେଉଁଥିରେ ଇନବିଲ୍ଟ ରେକର୍ଡିଂ ଫିଚର୍ ଦିଆଯାଇଛି |

କଲ୍ ରେକର୍ଡିଂ ଆପ୍ ବିରୋଧରେ ଟେକ୍ ଜାଏଣ୍ଟ୍ ଗୁଗୁଲ୍ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ଏଭଳି ଆପ୍ ଗୁଡ଼ିକୁ ଗୁଗଲ୍ ବିରୋଧ କରିଆସୁଛି । ଗୁଗଲର ଯୁକ୍ତି ହେଲା ଯେ କଲ୍ ରେକର୍ଡିଂ ଆପ୍ ୟୁଜର ମାନଙ୍କର ଗୋପନୀୟତା ଉଲ୍ଲଘଂନ କରୁଛନ୍ତି । ଏହି କାରଣରୁ ଯେତେବେଳେ ଗୁଗୁଲର ଡାୟଲର୍ ଆପରୁ ଏକ କଲ୍ ରେକର୍ଡ ହୁଏ, ଏହା ଉଭୟ ପାର୍ଶ୍ୱରେ ଥିବା ଲୋକଙ୍କୁ ଶୁଣାଯାଏ |

ଗୁଗୁଲ୍ ସ୍ପଷ୍ଟ କରିଛି ଯେ ଏହି ପରିବର୍ତ୍ତନ କେବଳ ଥାର୍ଡ ପାର୍ଟି ଆପ୍ ଗୁଡ଼ିକରୁ କଲ୍ ରେକର୍ଡିଂ କରୁଥିବା ୟୁଜରଙ୍କୁ ପ୍ରଭାବିତ କରିବ। ଏହାର ଅର୍ଥ ହେଉଛି ଯଦି ଆପଣଙ୍କ ଫୋନରେ ଇନବିଲ୍ଟ କଲ୍ ରେକର୍ଡିଂ ସୁବିଧା ଉପଲବ୍ଧ ଅଛି, ତେବେ ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ |

ତେବେ ରେକର୍ଡିଂ କାର୍ଯ୍ୟକାରିତା ମଧ୍ୟ ଆପଣଙ୍କ ଦେଶରେ କଲ୍ ରେକର୍ଡିଂ ବୈଧ କି ନୁହେଁ ତାହା ଉପରେ ନିର୍ଭର କରିବ | ଭାରତରେ କଲ୍ ରେକର୍ଡ ହୋଇପାରିବ | ଏହି କାରଣରୁ ଯଦି ଆପଣଙ୍କ ଫୋନରେ ଇନବିଲ୍ଟ କଲ୍ ରେକର୍ଡିଙ୍ଗର ଫିଚର୍ ଦିଆଯାଇଛି, ତେବେ ଆପଣ ପୂର୍ବ ପରି କଲ୍ ରେକର୍ଡ କରିବାକୁ ସମର୍ଥ ହେବେ |

ନୂଆ ଗୁଗୁଲ୍ ପ୍ଲେ ଷ୍ଟୋର ପଲିସି ଅନୁଯାୟୀ କମ୍ପାନୀ କୌଣସି ତୃତୀୟ ପକ୍ଷ ଆପକୁ ଆଣ୍ଡ୍ରଏଡ୍ ଫୋନରେ ଗୁଗୁଲର ଆକ୍ସେସିବିଲିଟି API ବ୍ୟବହାର କରିବାକୁ ଅନୁମତି ଦେବ ନାହିଁ। ଏଭଳି ଆପ୍ ଦ୍ଵାରା କଲ୍ ରେକର୍ଡିଂ ଆପ୍ କାମ କରିବ ନାହିଁ | କମ୍ପାନୀ ଡିଫଲ୍ଟ ଭାବେ ଆଣ୍ଡ୍ରଏଡ୍ ୧୦ରେ କଲ୍ ରେକର୍ଡିଂ ସୁବିଧା ବନ୍ଦ କରିଦେଇଥିଲା ​​|

ଯେଉଁ କାରଣରୁ କଲ୍ ରେକର୍ଡିଂ ଆପ୍ ଗୁଡ଼ିକୁ ଫୋନ୍ ର ଆକ୍ସେସିବିଲିଟି API ସହାୟତାରେ କଲ୍ ରେକର୍ଡିଂ କରିବାକୁ ଲାଗିଥିଲେ | ଏହା ଦ୍ବାରା ଏହି ଆପ୍ ଗୁଡ଼ିକ ୟୁଜର ମାନଙ୍କର ଫୋନରେ ବ୍ୟକ୍ତିଗତ ଓ ଅନ୍ୟ ଗୋପନୀୟ ତଥ୍ୟକୁ ଆକ୍ସେସ୍ କରିପାରୁଥିଲେ ଏବଂ ଏହାର ଦୁରୁପଯୋଗ କରୁଥିଲେ | ଏହାକୁ ଦୃଷ୍ଟିରେ ରଖି ଗୁଗୁଲ୍ ନୀତି ବଦଳାଇଥିଲା | ବର୍ତ୍ତମାନ କଲ୍ ରେକର୍ଡିଂ ଆପ୍ ଆଉ ଆକ୍ସେସିବିଲିଟି API କୁ ଆକ୍ସେସ୍ ଦିଆଯିବ ନାହିଁ | ଯେଉଁଥିପାଇଁ କଲ୍ ରେକର୍ଡିଂ କରାଯାଇପାରିବ ନାହିଁ |

ଗୁଗୁଲ ଦ୍ବାରା ଏହି ଘୋଷଣା ପରେ ଟ୍ରୁକଲର୍ ମଧ୍ୟ ଏହାର ଆପରୁ କଲ୍ ରେକର୍ଡିଂ ଫିଚର୍ ହଟାଇବାକୁ ଘୋଷଣା କରିଛି | ଏବେ ଟ୍ରୁକାଲର୍ ମାଧ୍ୟମରେ ମଧ୍ୟ ୟୁଜର କଲ୍ ରେକର୍ଡ କରିପାରିବେ ନାହିଁ |