ବିଭିନ୍ନ ଜରୁରୀ ସେବା ହେଲ୍ପଲାଇନ୍ ନମ୍ବରର ଏକୀକରଣ କରିବେ ସରକାର | News Room Odisha

ବିଭିନ୍ନ ଜରୁରୀ ସେବା ହେଲ୍ପଲାଇନ୍ ନମ୍ବରର ଏକୀକରଣ କରିବେ ସରକାର

ନୂଆଦିଲ୍ଲୀ: ଜରୁରୀକାଳୀନ ସେବାରେ ସୁଧାର ଆଣିବା ପାଇଁ ସରକାର ହେଲ୍ପଲାଇନ୍ ନମ୍ବର ୧୧୨, ୧୮୧ ଏବଂ ୧୦୯୮ ର ଏକୀକରଣ କରିବାକୁ ବିଚାର କରୁଛନ୍ତି। ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ଅଧିକାରୀ ଜଣକ କହିଛନ୍ତି ଯେ ଏହି ନମ୍ବରଗୁଡିକ ମଧ୍ୟରୁ କୌଣସିଟିକୁ କଲ କରିବା ସମୟରେ ଅଭିଯୋଗଗୁଡିକ ଏକ ‘ଇଣ୍ଟରଫେସ୍’ (କମ୍ପ୍ୟୁଟର ପ୍ରୋଗ୍ରାମ) ରେ ପଞ୍ଜୀକୃତ ହୋଇପାରିବ।

ସମଗ୍ର ଭାରତରେ ‘ଏମର୍ଜନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ’ (ଜରୁରୀକାଳୀନ ପ୍ରତିକ୍ରିୟା ସହାୟତା ପଦ୍ଧତି) ଅଧୀନରେ ହେଲ୍ପଲାଇନ ନମ୍ବର ୧୧୨ ଜରୁରୀକାଳୀନ ପରିସ୍ଥିତିରେ ନାଗରିକଙ୍କ ସହାୟତା ପାଇଁ ଉଦ୍ଦିଷ୍ଟ । ସେହିପରି ହେଲ୍ପଲାଇନ ନମ୍ବର ୧୦୯୮ ପିଲାମାନଙ୍କ ପାଇଁ ଟୋଲ୍ ଫ୍ରି ନମ୍ବର ହୋଇଥିବାବେଳେ ସଙ୍କଟରେ ପଡ଼ିଥିବା ମହିଳାମାନଙ୍କୁ ସାହାଯ୍ୟ କରିବା ପାଇଁ ନମ୍ବର ୧୮୧ ରହିଛି |

ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସରକାର ହେଲ୍ପଲାଇନ ନମ୍ବରକୁ ଏକୀକରଣ କରିବାକୁ ଚାହୁଁଛନ୍ତି ବୋଲି ଅଧିକାରୀ ଜଣକ କହିଛନ୍ତି।