ଗତ ଦୁଇ ବର୍ଷରେ ୧୫୦ରୁ ଅଧିକ ୱେବସାଇଟ୍ ଓ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ୍ କରିଛନ୍ତି ସରକାର | News Room Odisha

ଗତ ଦୁଇ ବର୍ଷରେ ୧୫୦ରୁ ଅଧିକ ୱେବସାଇଟ୍ ଓ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ୍ କରିଛନ୍ତି ସରକାର

ନୂଆଦିଲ୍ଲୀ: ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଗତ ଦୁଇ ବର୍ଷ ମଧ୍ୟରେ ୧୫୦ରୁ ଅଧିକ ୱେବସାଇଟ୍ ଏବଂ ୟୁଟ୍ୟୁବ୍ ଚ୍ୟାନେଲ ବ୍ୟାନ୍ କରିଛି । ୨୦୨୧ ମସିହାରୁ ଚାଲୁଥିବା ଏହି ୱେବସାଇଟ୍ ଗୁଡିକ ଭାରତ ବିରୋଧୀ ବିଷୟବସ୍ତୁ ପ୍ରସାରଣ କରୁଥିଲେ। ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ଆଇନର ଧାରା ୬୯ଏ ଉଲ୍ଲଂଘନ ଯୋଗୁଁ ଏହି ୱେବସାଇଟ୍ ଏବଂ ଚ୍ୟାନେଲ ଗୁଡ଼ିକୁ ବ୍ୟାନ୍ କରାଯାଇଛି ।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ବ୍ୟାନ୍ ହୋଇଥିବା ୟୁଟ୍ୟୁବ୍ ଚ୍ୟାନେଲ ଗୁଡ଼ିକରେ ୧୨.୧ ମିଲିୟନରୁ ଅଧିକ ଗ୍ରାହକ ଥିଲେ ଏବଂ ସମୁଦାୟ ୧୩୨୪.୨୬ ମିଲିୟନ ଭ୍ୟୁ ମିଳିଥିଲା | ଅପସାରିତ ହୋଇଥିବା ଚ୍ୟାନେଲ ଗୁଡ଼ିକ ମଧ୍ୟରେ ଖବର ଓ୍ବିଦ୍ ଫ୍ୟାକ୍ଟସ୍, ଖବର ତେଜ୍, ସୂଚନା ହବ୍, ଫ୍ଲାସ୍ ନାଓ, ମେରା ପାକିସ୍ତାନ, ହକିକତ୍ କି ଦୁନିଆ ଓ ଆପନି ଦୁନିଆ ନାମକ ଆଦି ଚ୍ୟାନେଲ ରହିଛି ।