ଭାରତରେ ଗଣମାଧ୍ୟମ ସଂସ୍ଥା ଗୁଡ଼ିକୁ ଡରାଉଛନ୍ତି ସରକାରୀ ଅଧିକାରୀ: ରିପୋର୍ଟ | News Room Odisha

ଭାରତରେ ଗଣମାଧ୍ୟମ ସଂସ୍ଥା ଗୁଡ଼ିକୁ ଡରାଉଛନ୍ତି ସରକାରୀ ଅଧିକାରୀ: ରିପୋର୍ଟ

ୱାଶିଂଟନ୍: ସରକାରଙ୍କୁ ସମାଲୋଚନା କଲେ ଭାରତରେ ଉଭୟ ଆଞ୍ଚଳିକ ଓ ଜାତୀୟ ସ୍ତରରେ ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ଧମକ ଦିଆଯାଉଛି। ଏଥିରେ ସରକାରୀ ଅଧିକାରୀମାନେ ସାମିଲ ଅଛନ୍ତି । ମାନବିକ ଅଧିକାର ସମ୍ପର୍କରେ ମଙ୍ଗଳବାର ପ୍ରକାଶିତ ଏକ ଆମେରିକୀୟ ରିପୋର୍ଟରେ ଏଭଳି ସାଂଘାତିକ ଅଭିଯୋଗ ହୋଇଛି । ଆମେରିକାର ବୈଦେଶିକ ବିଭାଗ ଦ୍ଵାରା ଜାରି ତଥା କଂଗ୍ରେସ ଦ୍ଵାରା ଅନୁମୋଦିତ ‘କଣ୍ଟ୍ରି ରିପୋର୍ଟ ଅନ୍ ହ୍ୟୁମାନ ରାଇଟ୍ସ ପ୍ରାକ୍ଟିସେସ୍ ୨୦୨୧’ ରେ ଭାରତ ଉପରେ ଅଧ୍ୟାୟରେ କୁହାଯାଇଛି ଯେ କିଛି ସ୍ବାଧୀନ ତଥା ନିରପେକ୍ଷ ଗଣମାଧ୍ୟମର କଣ୍ଠରୋଧ କରିବାକୁ ସରକାରୀ ସ୍ତରରେ ଉଦ୍ୟମ ହେଉଛି ।

ରିପୋର୍ଟରେ କୁହାଯାଇଛି, “ସାମ୍ବାଦିକ ଓ ଏନଜିଓଙ୍କ ପକ୍ଷରୁ ଅଭିଯୋଗ ହୋଇଛି ଯେ ସରକାରଙ୍କୁ ସମାଲୋଚନା କଲେ ଆଞ୍ଚଳିକ ଓ ଜାତୀୟ ସ୍ତରରେ ସରକାରୀ ଅଧିକାରୀମାନେ ବିଭିନ୍ନ ଉପାୟରେ ଗଣମାଧ୍ୟମ ସଂସ୍ଥା ଗୁଡ଼ିକୁ ଭୟଭୀତ କରିବାରେ ସମ୍ପୃକ୍ତ ଅଛନ୍ତି। ଏଥିମଧ୍ୟରେ ମାଲିକମାନଙ୍କ ଉପରେ ଚାପ, ପ୍ରାୟୋଜକଙ୍କୁ ଟାର୍ଗେଟ କରିବା, ମିଥ୍ୟା ମକଦ୍ଦମା ଦାୟର କରିବା ଏବଂ କେତେକ କ୍ଷେତ୍ରରେ ମୋବାଇଲ୍ ଟେଲିଫୋନ୍ ଏବଂ ଇଣ୍ଟରନେଟ୍ ଭଳି ଯୋଗାଯୋଗ ସେବା ବନ୍ଦ କରିବା ଭଳି କାର୍ଯ୍ୟାନୁଷ୍ଠାନ ରହିଛି |

ଏହି ରିପୋର୍ଟରେ କୁହାଯାଇଛି ଯେ ଭାରତର ଏନଜିଓମାନେ ଅଭିଯୋଗ କରିଛନ୍ତି ଯେ ସରକାରଙ୍କୁ ସମାଲୋଚନା କରୁଥିବା ସାମ୍ବାଦିକମାନଙ୍କୁ ଭୟଭୀତ କରିବା ପାଇଁ ଅପରାଧିକ ମାମଲା ରୁଜୁ କରାଯାଉଛି।