ମଙ୍କିପକ୍ସ ଆତଙ୍କ: ସ୍ଥିତି ଉପରେ କଡ଼ା ନଜର ରଖିବାକୁ ଅଧିକାରୀଙ୍କୁ ସରକାରଙ୍କ ନିର୍ଦ୍ଦେଶ | News Room Odisha

ମଙ୍କିପକ୍ସ ଆତଙ୍କ: ସ୍ଥିତି ଉପରେ କଡ଼ା ନଜର ରଖିବାକୁ ଅଧିକାରୀଙ୍କୁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବିଶ୍ବର କେତେକ ଦେଶରେ ମଙ୍କିପକ୍ସ ଆତଙ୍କକୁ ଦୃଷ୍ଟିରେ ରଖି ଭାରତ ସରକାର ସତର୍କତା ଅବଲମ୍ବନ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି) ଏବଂ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର)କୁ ସ୍ଥିତି ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବିମାନବନ୍ଦର ଏବଂ ସାମୁଦ୍ରିକ ବନ୍ଦରର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ମଧ୍ୟ ସଜାଗ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି।

ମଙ୍କିପକ୍ସ ପ୍ରଭାବିତ ଦେଶରୁ ଆସୁଥିବା ଅସୁସ୍ଥ ଯାତ୍ରୀଙ୍କୁ ଅଲଗା କରିବା ସହ ସେମାନଙ୍କ ନମୁନା ପୁଣେ ସ୍ଥିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ବିଏସ୍ଏଲ୍- ୪ ସୁବିଧା ସମ୍ପନ୍ନ ଲାବୋରେଟୋରୀକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବ୍ରିଟେନ, ଆମେରିକା, ପର୍ତ୍ତୁଗାଲ, ସ୍ପେନ୍ ଏବଂ ଅନ୍ୟ କେତେକ ୟୁରୋପୀୟ ଦେଶରେ ମଙ୍କିପକ୍ସ ମାମଲା ବୃଦ୍ଧି ପାଉଥିବା ଜଣାପଡିଛି।