ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗ୍ରୀସର 'ଗ୍ରାଣ୍ଡ କ୍ରସ୍ ଅଫ୍ ଅର୍ଡର' ସମ୍ମାନ | News Room Odisha

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗ୍ରୀସର ‘ଗ୍ରାଣ୍ଡ କ୍ରସ୍ ଅଫ୍ ଅର୍ଡର’ ସମ୍ମାନ

ନୂଆଦିଲ୍ଲୀ: ଗ୍ରୀସ ରାଷ୍ଟ୍ରପତି କ୍ୟାଟେରିନା ସାକେଲାରୋପୁଲୁ ଏଥେନ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁକ୍ରବାର ‘ଗ୍ରାଣ୍ଡ କ୍ରସ୍ ଅଫ୍ ଅର୍ଡର’ ସମ୍ମାନ ପ୍ରଦାନ କରିଛନ୍ତି। ଏହି ସମ୍ମାନ ପାଇବା ପରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଏବଂ ଗ୍ରୀସବାସୀଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ ଗ୍ରୀସବାସୀଙ୍କ ଭାରତ ପ୍ରତି କେତେ ସମ୍ମାନ ରହିଛି ତାହା ଏଥିରୁ ସ୍ପଷ୍ଟ ।

ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସ (ଟ୍ୱିଟର)ରେ କହିଛନ୍ତି, ‘ମୁଁ ରାଷ୍ଟ୍ରପତି କାଟରିନା ସାକେଲାରୋପୁଲୁ, ସରକାର ଏବଂ ଗ୍ରୀସବାସୀଙ୍କୁ ମୋତେ’ ଗ୍ରାଣ୍ଡ କ୍ରସ୍ ଅଫ୍ ଅର୍ଡର ଅଫ୍ ଅନର ‘ପ୍ରଦାନ କରିଥିବାରୁ ଧନ୍ୟବାଦ ଜଣାଉଛି। ଏହା ଭାରତ ପ୍ରତି ଗ୍ରୀସର ଲୋକମାନଙ୍କ କେତେ ସମ୍ମାନ ରହିଛି ତାହା ଦର୍ଶାଉଛି ।

ଦକ୍ଷିଣ ଆଫ୍ରିକାରେ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଦିନିକିଆ ଗ୍ରୀସ୍ ଗସ୍ତରେ ଯାଇଥିଲେ । ସେ ଶୁକ୍ରବାର ଏଥେନ୍ସରେ ପହଞ୍ଚିଛନ୍ତି। ତାଙ୍କୁ ବିମାନବନ୍ଦରରେ ଗ୍ରୀକ୍ ବୈଦେଶିକ ମନ୍ତ୍ରୀ ଜର୍ଜ ଗେରାପେଟ୍ରିଟିସ୍ ସ୍ୱାଗତ କରି ପାଛୋଟି ନେଇଥିଲେ ।