ବିଲକିସ୍ ବାନୋ ମାମଲା: ଦୋଷୀଙ୍କୁ ଛାଡ଼ିବାକୁ ଅନୁମତି ଦେଇଥିଲା କେନ୍ଦ୍ର | News Room Odisha

ବିଲକିସ୍ ବାନୋ ମାମଲା: ଦୋଷୀଙ୍କୁ ଛାଡ଼ିବାକୁ ଅନୁମତି ଦେଇଥିଲା କେନ୍ଦ୍ର

ଅହମ୍ମଦାବାଦ: ଗୁଜରାଟ ୨୦୦୨ ବିଲକିସ୍ ବାନୋ ଗଣ ବଳାତ୍କାର ମାମଲାର ଦୋଷୀ ମାନଙ୍କୁ ଜେଲରୁ ମୁକ୍ତ କରିବା ପାଇଁଁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ । ସୁପ୍ରିମକୋର୍ଟରେ ଦାଖଲ ଏକ ସତ୍ୟପାଠରେ ଏହା କହିଛନ୍ତି ଗୁଜରାଟ ସରକାର । ଗୁଜୁରାଟ ସରକାର କହିଛନ୍ତି ଯେ କ୍ଷମା ନୀତି ଅନୁଯାୟୀ ଦୋଷୀ ମାନଙ୍କୁ ଜେଲରୁ ମୁକୁଳାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ଏବଂ ଏହାକୁ ‌‌ କେନ୍ଦ୍ର ସରକାର ଅନୁମୋଦନ ମଧ୍ୟ କରିଥିଲେ। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ତଥା ଆଜୀବନ କାରାଦଣ୍ଡରେ ଦଣ୍ଡିତ ୧୧ ଜଣଙ୍କୁ ଚଳିତ ବର୍ଷ ଅଗଷ୍ଟ ୧୫ରେ ଗୋଧ୍ରା ସବ-ଜେଲରୁ ମୁକ୍ତ କରାଯାଇଥିଲା।

ଗୁଜରାଟ ସରକାର‌ ଆହୁରି କହିଛନ୍ତି ଯେ ଯେ ତୃତୀୟ ପକ୍ଷ ଏହି ମାମଲାରେ ମାମଲା ଦାୟର କରିପାରିବେ ନାହିଁ। ଏହି ମାମଲାରେ ସାମାଜିକ କର୍ମୀ ସୁଭାଷିନୀ ଅଲି ଓ ଟିଏମସି ସାଂସଦ ମହୁଆ ମଇତ୍ର ଜନସ୍ବାର୍ଥ ମାମଲା ଦାୟର କରିଥିଲେ । ତେବେ ଗୁଜରାଟ ସରକାର ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହି ବିରୋଧ କରିଛନ୍ତି । ମଙ୍ଗଳବାର ଦିନ ଏହି ମାମଲାର ଶୁଣାଣି ହେବ।