ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବା ଗୁଜବ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବଜାୟ ରଖିଲା ଗୁଜରାଟ ଟାଇଟନ୍ସ | News Room Odisha

ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବା ଗୁଜବ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବଜାୟ ରଖିଲା ଗୁଜରାଟ ଟାଇଟନ୍ସ

ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବା ଗୁଜବ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବଜାୟ ରଖିଛି ଗୁଜରାଟ ଟାଇଟନ୍ସ । ଏହି ଫ୍ରାଞ୍ଚାଇଜ୍ ମହମ୍ମଦ ସାମିଙ୍କୁ ମଧ୍ୟ ରିଟେନ୍ କରିଛି ।

ଡିସେମ୍ବର ୧୯ରେ ହେବାକୁ ଥିବା ନିଲାମ ପୂର୍ବରୁ ଆଇପିଏଲ୍ ୨୦୨୪ ପାଇଁ ସମସ୍ତ ୧୦ଟି ଦଳ ରବିବାର ସେମାନେ ରିଟେନ୍ କରିଥିବା ଖେଳାଳିଙ୍କ ତାଲିକା ଜାରି କରିଛନ୍ତି।

ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପୁରୁଣା ଫ୍ରାଞ୍ଚାଇଜ୍ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବେ ବୋଲି ଚର୍ଚ୍ଚା ହୋଇଥିଲା । ଏଥିପାଇଁ ମୁମ୍ବାଇ ଇଣ୍ଡିଆନ୍ସ ୧୫ କୋଟି ଗୁଜରାଟକୁ ପୈଠ କରିବ ବୋଲି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା । ହେଲେ ରବିବାର ଗୁଜରାଟ ଟାଇଟାନ୍ସ ନିଜ ଦଳରେ ହାର୍ଦ୍ଦିକଙ୍କୁ ବଜାୟ ରଖିବାକୁ ଘୋଷଣା କରିଛି।

ତେବେ ଟ୍ରାନ୍ସଫର ଓ୍ବିଣ୍ଡୋ (ଫ୍ରାଞ୍ଚାଇଜଙ୍କ ମଧ୍ୟରେ ଖେଳାଳି ଅଦଳବଦଳ) ନିଲାମକୁ ଏକ ସପ୍ତାହ ବାକି ଥିବା ପର୍ଯ୍ୟନ୍ତ ଖୋଲା ରହିବ । ଏବେ ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଯାଇପାରନ୍ତି ।

ଅଧିନାୟକ ରୋହିତ ଶର୍ମାଙ୍କ ସହ ମୁମ୍ବାଇ ଇଣ୍ଡିଆନ୍ସ ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ, ତିଳକ ବର୍ମା, ଜସପ୍ରୀତ ବୁମରା, ପୀୟୁଷ ଚାୱଲା, ଅର୍ଜୁନ ତେନ୍ଦୁଲକର, ଟିମ ଡେଭିଡ, କାମେରନ ଗ୍ରୀନ୍, ଜେସନ ବେହେରେଣ୍ଡର୍ଫଙ୍କ ଭଳି ଖେଳାଳିଙ୍କୁ ରଖିଛି।

ଜୋଫ୍ରା ଆର୍ଚର, କ୍ରିସ୍ ଜୋର୍ଡାନ, ସନ୍ଦୀପ ୱାରିୟରଙ୍କ ଭଳି ଖେଳାଳିଙ୍କୁ ରିଲିଜ୍ କରିଛି ଦଳ।

ଗୁଜରାଟ ଟାଇଟାନ୍ସ ମହମ୍ମଦ ସାମି, ନୁର ଅହମ୍ମଦ, ରସିଦ ଖାନ, ମୋହିତ ଶର୍ମା, ଡେଭିଡ ମିଲର, ଶୁବମାନ ଗିଲ, ମାଥ୍ୟୁ ୱେଡ, ରିଦ୍ଧିମାନ ସାହା, କେନ ୱିଲିୟମସନ, ସାଇ ସୁଦର୍ଶନ, ବିଜୟ ଶଙ୍କର, ଜୟନ୍ତ ଯାଦବ, ରାହୁଲ ତେୱାଟିଆ ଭଳି ଖେଳାଳିଙ୍କୁ ରିଟେନ୍ କରୁଛନ୍ତି ।