ଭାରତୀୟ ଦଳକୁ ଶକ୍ତ ଧକ୍କା, ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ୱକପରୁ ବାଦ୍ | News Room Odisha

ଭାରତୀୟ ଦଳକୁ ଶକ୍ତ ଧକ୍କା, ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ୱକପରୁ ବାଦ୍

ନୂଆଦିଲ୍ଲୀ: ଭାରତୀୟ ଦଳର ବିଶ୍ୱକପ ଅଭିଯାନକୁ ଶକ୍ତ ଧକ୍କା ଲାଗିଛି । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଚଳିତ ଦିନିକିଆ ବିଶ୍ୱକପରୁ ବାଦ୍ ପଡ଼ିଛନ୍ତି । ଗୋଡ଼ ଆଘାତରୁ ମୁକୁଳିନଥିବା ଯୋଗୁଁ ପାଣ୍ଡ୍ୟା ଟୁର୍ଣ୍ଣାମେଣ୍ଟର ଅବଶିଷ୍ଟ ମ୍ୟାଚରେ ଖେଳି ପାରିବେ ନାହିଁ । ପାଣ୍ଡ୍ୟାଙ୍କ ସ୍ଥାନରେ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଦଳରେ ସାମିଲ କରାଯାଇଛି ।

ଅକ୍ଟୋବର ୧୯ରେ ପୁଣେରେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ବୋଲିଂ କରୁଥିବା ବେଳେ ପାଣ୍ଡ୍ୟାଙ୍କ ବାମ ଗୋଡ଼ ମୋଡ଼ି ହୋଇଯାଇଥିଲା। ସେ ପଡ଼ିଆ ଛାଡ଼ି ପଳାଇଥିଲେ ।

ଚଳିତ ବିଶ୍ୱକପରେ ଭାରତ ଏଯାବତ୍ ୭ଟି ଯାକ ମ୍ୟାଚ୍ ଜିତି ଅପରାଜେୟ ରହିଛି । ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ। ଭାରତ ପରବର୍ତ୍ତୀ ମ୍ୟାଚରେ ରବିବାର ଦକ୍ଷିଣ ଆଫ୍ରିକାକୁ ଭେଟିବ।