ଟ୍ରାଏଲରେ ଟିକା ନେଇଥିବା ହରିୟାଣା ମନ୍ତ୍ରୀ କରୋନା ପଜିଟିଭ୍‌ | News Room Odisha

ଟ୍ରାଏଲରେ ଟିକା ନେଇଥିବା ହରିୟାଣା ମନ୍ତ୍ରୀ କରୋନା ପଜିଟିଭ୍‌

ଅମ୍ବାଲା – ହରିୟାଣା ସ୍ୱାସ୍ଥ୍ୟ ମନ୍ତ୍ରୀ ଅନିଲ ଭିଜ୍ କରୋନା ପଜିଟିଭ ହୋଇଛନ୍ତି । କିଛିଦିନ ତଳେ ସେ ଦେଶୀ ଟିକା ଭାବେ ପରିଚିତ ଭାରତ ବୟୋଟେକ ଦ୍ୱାରା ପ୍ରସ୍ତୁତ ‘କୋଭାକ୍ସିନ’ ର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ବେଳେ ଟିକା ନେଇଥିଲେ । ସେ ଆଜି ଟ୍ୱିଟ୍ କରି ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ସୂଚନା ଦେଇଛନ୍ତି ।

ଭିଜଙ୍କୁ ଅମ୍ବାଲାସ୍ଥିତ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ନିଜର କରୋନା ଟେଷ୍ଟ କରିିବାକୁ ଭିଜ୍ ଅନୁରୋଧ କରିଛନ୍ତି । ଗତ ନଭେମ୍ବର ୨୦ରେ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ ଦେଶୀ କୋଭିଡ୍ ଟିକା ‘କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ ହୋଇଥିଲା । ଏଥିରେ ଜଣେ ସ୍ୱେଚ୍ଛାସେବୀ ଭାବେ ସାମିଲ ହୋଇ ଭିଜ୍ ଏହି ଟିକାର ଏକ ଡୋଜ୍ ନେଇଥିଲେ । ପ୍ରଥମ ଦୁଇ ପର୍ଯ୍ୟାୟ ଟ୍ରାଏଲରେ ପ୍ରାୟ ୧୦୦୦ ଜଣଙ୍କୁ ‘କୋଭାକ୍ସିନ’ର ଡୋଜ୍ ଦିଆଯାଇଥିଲା । ଏହି ଦେଶୀ ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ସମ୍ପ୍ରତି ଜାରି ରହିଛି । ଦେଶରେ ୨୫ଟି ସ୍ଥାନରେ ଚାଲିଥିବା ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ ପ୍ରାୟ ୨୫ ହଜାର ସ୍ୱେଚ୍ଛସେବୀ ସାମିଲ ହୋଇଛନ୍ତି ।