ବାଗାଙ୍କ ଗିରଫ ଘଟଣାରେ ନୂଆ ମୋଡ; ବାଗାଙ୍କୁ ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କଲା ହରିୟାଣା ପୋଲିସ, ପଞ୍ଜାବ ପୋଲିସ ହାତ ଖାଲି | News Room Odisha

ବାଗାଙ୍କ ଗିରଫ ଘଟଣାରେ ନୂଆ ମୋଡ; ବାଗାଙ୍କୁ ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କଲା ହରିୟାଣା ପୋଲିସ, ପଞ୍ଜାବ ପୋଲିସ ହାତ ଖାଲି

ନୂଆଦିଲ୍ଲୀ:ବିଜେପି ନେତା ତଜିନ୍ଦରପାଲ ସିଂ ବାଗା ଗିରଫ ଘଟଣାରେ ନୂଆ ମୋଡ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଧମକ ଦେବା ଅଭିଯୋଗରେ ଆଜି ପଞ୍ଜାବ ପୋଲିସ ଦିଲ୍ଲୀ ବାସଭବନରୁ ବାଗାଙ୍କୁ ଗିରଫ କରିଥିଲା । ତେବେ ତଜିନ୍ଦରପାଲ ସିଂ ବାଗାଙ୍କୁ ମୋହାଲି ନେଉଥିବା ବେଳେ କୁରୁକ୍ଷେତ୍ରରେ ପଞ୍ଜାବ ପୋଲିସକୁ ଅଟକାଇଥିଲା ହରିୟାଣା ପୋଲିସ । ଦିଲ୍ଲୀ ପୋଲିସର ଅନୁରୋଧ ପରେ ପଞ୍ଜାବ ପୋଲିସକୁ କୁରୁକ୍ଷେତ୍ରରେ ଅଟକାଇଥିଲା ହରିୟାଣା ପୋଲିସ । ଏବେ ହରିୟାଣା ପୋଲିସ ବାଗାଙ୍କୁ ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରିଛି । ବାଗାଙ୍କୁ ଦିଲ୍ଲୀ ଅଣାଯାଉଥିବା ଜଣାପଡ଼ିଛି।

ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ ପଟିଆଲାରେ ଏକ ମାମଲା ରୁଜୁ ହୋଇଥିଲା । ଏହାପରେ ତାଙ୍କୁ ଦିଲ୍ଲୀରୁ ଗିରଫ କରିଥିଲା ପଞ୍ଜାବ ପୋଲିସ । ତେବେ ବିଜେପି ପକ୍ଷରୁ ପଞ୍ଜାବ ପୋଲିସ ବିରୋଧରେ ଏକ ଅପହରଣ ମାମଲା ରୁଜୁ କରାଯାଇଛି । ଏହାପରେ କୁରୁକ୍ଷେତ୍ରରେ ପଞ୍ଜାବ ପୋଲିସକୁ ପଚରାଉଚରା ପାଇଁ ଅଟକାଇଥିଲା ହରିୟାଣା ପୋଲିସ ।