HDFC ବ୍ୟାଙ୍କ୍ ସହ HDFC ର ହେବ ମିଶ୍ରଣ | News Room Odisha

HDFC ବ୍ୟାଙ୍କ୍ ସହ HDFC ର ହେବ ମିଶ୍ରଣ

ନୂଆଦିଲ୍ଲୀ: ଭାରତର ସର୍ବବୃହତ ଘରୋଇ ବ୍ୟାଙ୍କ HDFC ର ଆକାଉଣ୍ଟଧାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି | HDFC ବ୍ୟାଙ୍କ ଏବଂ ବୃହତ୍ତମ ହାଉସିଂ ଫାଇନାନ୍ସ କମ୍ପାନୀ HDFC ଲିମିଟେଡ୍ ର ମିଶ୍ରଣ ପାଇଁ ପଥ ପରିଷ୍କାର ହୋଇ ଯାଇଛି | ଏକ ବୈଠକରେ ଉଭୟ କମ୍ପାନୀର ବୋର୍ଡ ଏହି ବିଲୟ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି।

ଏହି ବଡ଼ ନିଷ୍ପତ୍ତି ପରେ ଗ୍ରାହକଙ୍କ ମନରେ ବାରମ୍ବାର ଏକ ପ୍ରଶ୍ନ ଉଙ୍କି ମାରୁଛି ଯେ ବ୍ୟାଙ୍କରେ ଜମା ହୋଇଥିବା ସେମାନଙ୍କ ଟଙ୍କାର କ’ଣ ହେବ? ଦେଶର ବୃହତ୍ତମ ଘରୋଇ ବ୍ୟାଙ୍କ HDFC ର କୋଟି ଗ୍ରାହକଙ୍କ ମଧ୍ୟରେ ଏବେ ସଂଶୟ ସୃଷ୍ଟି ହୋଇଛି କରିଛି। ଏହି ମିଶ୍ରଣ ସେମାନଙ୍କ ଉପରେ କି ପ୍ରଭାବ ପକାଇବ ବୋଲି ପ୍ରଶ୍ନ ଉଠିଛି।

ଏହି ଡିଲ୍ ଅନୁଯାୟୀ HDFC ଲିମିଟେଡର ସେୟାର ହୋଲ୍ଡରମାନେ ୨ଟଙ୍କା ଫେସ୍ ଭାଲ୍ୟୁର ୨୫ଟି ସେୟାର ପରିବର୍ତ୍ତେ HDFC ବ୍ୟାଙ୍କର ୪୨ଟି ସେୟାର ପାଇବେ, ଯାହାର ଫେସ୍ ଭାଲ୍ୟୁ ୧ ଟଙ୍କା ହେବ | ମିଶ୍ରଣ ପରେ HDFC ବ୍ୟାଙ୍କ ଏକ ଶତ ପ୍ରତିଶତ ପବ୍ଲିକ ସେୟାର ହୋଲ୍ଡିଂ କମ୍ପାନୀ ହୋଇଯିବ |

HDFC ବ୍ୟାଙ୍କରେ HDFC ଲିମିଟେଡର ୪୧ ପ୍ରତିଶତ ଅଂଶଧନ ରହିବ | ମିଶ୍ରଣ ପ୍ରକ୍ରିୟା ଶେଷ ହେବା ପରେ HDFC ବ୍ୟାଙ୍କ ରେକର୍ଡ ତାରିଖରେ HDFC ଲିମିଟେଡର ସେୟାର ହୋଲ୍ଡର ମାନଙ୍କୁ ଇକ୍ୱିଟି ସେୟାର ପ୍ରଦାନ କରିବ | ମିଶ୍ରଣ ପ୍ରସ୍ତାବ ବିଷୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି HDFC ଲିମିଟେଡର ସମସ୍ତ ସହାୟକ ଏବଂ ସହଯୋଗୀ ସଂସ୍ଥା HDFC ବ୍ୟାଙ୍କର ଅଂଶ ହେବେ | ଅର୍ଥାତ୍ ବର୍ତ୍ତମାନ ଗ୍ରାହକମାନେ HDFC ଲିମିଟେଡ୍ ର ପୋର୍ଟଫୋଲିଓର ଏକ ଅଂଶ ହେବେ ଯେଉଁଥିରେ ମର୍ଟୋଗେଜ୍ ପ୍ରଡକ୍ଟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ |