ଉପରମୁଣ୍ଡରେ ପ୍ରବଳ ବର୍ଷା, ତଳମୁଣ୍ଡରେ ବନ୍ୟା, ୫ଟି ଜିଲ୍ଲାକୁ ସତର୍କ ସୂଚନା | News Room Odisha

ଉପରମୁଣ୍ଡରେ ପ୍ରବଳ ବର୍ଷା, ତଳମୁଣ୍ଡରେ ବନ୍ୟା, ୫ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀ ଫୁଲୁଛି । ମହାନଦୀ ସହ ବୁଢାବଳଙ୍ଗ, ବୈତରଣୀ ଆଦି ନଦୀ ମଧ୍ୟ ବଢୁଛି । ଶୁକ୍ରବାର ସକାଳ ସୁଦ୍ଧା ଉପର ମୁଣ୍ଡରେ ୨୦୦ ମିମି ବର୍ଷା ହୋଇଛି । ଫଳରେ ହୀରାକୁଦ ନଦୀବନ୍ଧକୁ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଥିବା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

ହୀରାକୁଦ ବନ୍ଧର ନିଷ୍କାସିତ ଜଳ ମୁଣ୍ଡଳୀରେ ପହଂଚିବା ପାଇଁ ୩୬ ଘଂଟା ସମୟ ଲାଗିବ । ତେବେ ତଳମୁଣ୍ଡରେ ଥିବା ବନ୍ୟାପାଣି ମିଶବା ପରେ ମୁଣ୍ଡଳୀରେ ପ୍ରାୟ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ । ଫଳରେ ମହାନଦୀର ତଳମୁଣ୍ଡରେ ଥିବା ୫ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଥିବା ଏସଆରସି ସୂଚନା ଦେଇଛନ୍ତି । କଟକ, ଜଗତସିଂହପୁର, ଯାଜପୁର , ନୟାଗଡ ଓ ପୁରୀ ଜିଲ୍ଲା ପ୍ରତି ସତର୍କ ସୂଚନା ଜାରି କରାଯାଇଛି । ରାଜ୍ୟରେ ବିଗତ କିଛି ଦିନ ଧରି ବର୍ଷା କାରଣରୁ ବିଭିିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।